Odiapua.com

ପାଖେଇ ଆସୁଛି ବାଲିଯାତ୍ରା, ଜୋରସୋରରେ ଚାଲିଛି ପ୍ରସ୍ତୁତି

କଟକ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ):ଆଉ ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ମିଳିଛି ବୋଲି ଆଜି ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୂଚନା ମିଳିଛି। ପ୍ରତିବର୍ଷ ଏହି ବାଲିଯାତ୍ରା କୁ ଲକ୍ଷ ଲକ୍ଷ ଲୋକ ବୁଲିବାକୁ ଆସିଥାନ୍ତି। ସେଥିପାଇଁ ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ଆଜି ବସିଥିବା ବୈଠକରେ ଆଲୋଚନା ହୋଇଛି। ଏହାଛଡା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାାାକୁ ନେଇ ଥିବା ସମସ୍ତ ଦାବି ପୂରଣ ହୋଇଥିବା ବି ସୂଚନା ମିଳିଛି।