Odiapua.com

ପାକିସ୍ତାନୀ ଠକ ଦ୍ୱାରା ୭୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଠକେଇର ଶିକାର ହେଲେ ବିଲ୍ ଗେଟ୍ସ

ନୂଆ ଦିଲ୍ଲୀ ୨୫ ଅଗଷ୍ଟ (ଓଡ଼ିଆ ପୁଅ) ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ବିଲ୍ ଗେଟ୍ସ ଠକେଇର ଶିକାର ହୋଇଛନ୍ତି। ପାକିସ୍ତାନର ଜଣେ ଠକ ଦ୍ୱାରା ବିଲ ଗେଟ୍ସ ଠକାମିର ଶିକାର ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ ପୁସ୍ତକରେ ଦିଆଯାଇଥିବା ଦାବି ଅନୁଯାୟୀ ଜଣେ ପାକିସ୍ତାନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କ ଠାରୁ ୭୦ କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଏହି ଦାବି ଏକ ପୁସ୍ତକରେ କରାଯାଇଛି। ଦାବି ଅନୁଯାୟୀ ଆରିଫ ନକଭି ନାମକ ଜଣେ ପାକିସ୍ଥାନୀ ବିଲ୍ ଗେଟ୍ସଙ୍କ ଠାରୁ ୧୦୦ ମିଲିୟନ୍ ଡଲାର ଅର୍ଥାତ୍ ୭.୪୧ ବିଲିୟନ ଟଙ୍କା ଅର୍ଥାତ୍ ୭୦ କୋଟି ଟଙ୍କା ଠକିନେଇଥିଲେ। ଏହି ପୁସ୍ତକରେ ଦର୍ଶାଯାଇଛି ଯେ, ଆରିଫ ନକଭି ଜଣେ ‘ଠକ’ ଥିଲେ ଯିଏ ବିଲିୟନେୟାରଙ୍କ ସମ୍ପତ୍ତି ଇନ୍‌ଭେଷ୍ଟ କରୁଥିଲେ। ଖବର ଅନୁଯାୟୀ ସାଇମନ୍ କ୍ଲାର୍କ ଏବଂ ୱିଲ୍ ଲଫ୍ ଏହି ପୁସ୍ତକ ଲେଖିଛନ୍ତି।

ଠକ ଆରିଫ୍ ନାକଭି ପାକିସ୍ତାନର ଏକ ଘରୋଇ ଇକ୍ୱିଟି ଫାର୍ମର ମୁଖ୍ୟ ଥିଲେ। ବିଶ୍ୱ ନିବେଶକଙ୍କ ଟଙ୍କା ପାଇବାବେଳେ ବିଲ୍ ଗେଟ୍ସଙ୍କ ସମେତ ଅନେକ ଧନୀ ବ୍ୟକ୍ତିଙ୍କ ସହ ଆରିଫ୍ ଭଲ ସମ୍ପର୍କ ସ୍ଥାପନ କରିଥିଲେ। ଏହାର ସୁଯୋଗ ନେଇ ଆରିଫ ନକଭି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ବିଲ୍ ଗେଟ୍ସଙ୍କଠାରୁ ବିପୁଳ ପରିମାଣର ଟଙ୍କା ଠକି ନେଇଥିଲେ। ପୁସ୍ତକ ଅନୁଯାୟୀ, ଆରିଫ ନକଭି ପ୍ରାୟ ୧୦୦ ମିଲିୟନ୍ ଡଲାରର ଅପବ୍ୟବହାର କରିଥିଲେ। ଏହି ରାଶିର ଅଧା ହିସାବ ମିଳିଲା ନାହିଁ। ଏଭଳି ପରିସ୍ଥିତିରେ ଆରିଫ ନକଭିଙ୍କୁ ଏହି ମାମଲାରେ ଜେଲ ହେବାର ସମ୍ଭାବନା ଅଧିକ। କାରଣ, ଆରିଫ ନକଭିଙ୍କର ଜଣେ କର୍ମଚାରୀ ଏକ ଇ-ମେଲ ପଠାଇ ସମସ୍ତ ନିବେଶକଙ୍କୁ ସୂଚନା ଦେଇଥିଲେ।