Odiapua.com

ପାକିସ୍ତାନର ଶୋଚନୀୟ ଅବସ୍ଥା

ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):

ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ଅବସ୍ଥା ସାଂଘାତିକ ହୋଇପଡିଛି। ପାକିସ୍ତାନ ସରକାର ସହିତ ଭାରତ ସରକାର ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛି। ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଯାହାର ପ୍ରଭାବରେ ପାକିସ୍ତାନ ସରକାର ଖର୍ଚ୍ଚ କାଟ ଆରମ୍ଭ କରିଦେଇଛନ୍ତି।

ଏପରିକି ସରକାରୀ ମିଟିଂରେ ଚା ବିସ୍କୁଟ ଉପରେ ବି ରୋକ ଲଗାଯାଇଛି। ଏହାସହ ମାଗାଜିନ୍, ପେପର କିଣା ଉପରେ ମଧ୍ୟ ଖର୍ଚ୍ଚ କାଟ କରାଯାଇଛି। ଆଗକୁ ସରକାରୀ ଗାଡି କିଣାକିଣି କରାଯିବନି ବୋଲି ନିର୍ଦେଶ ଦିଆଯାଇଛି। ଅଫିସରେ ବିଜୁଳି ଏବଂ ଟେଲିଫୋନ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି।