Odiapua.com

ପାକିସ୍ତାନର ଖୋଲିଲା ଅସଲ ମୁଖା

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଆରମ୍ଭ ରୁ ଭାରତ ସହ ତିକ୍ତତା କରିଥିବା ପାକିସ୍ତାନ ର ଅସଲ ଚେହେରା ଏବେ ସାମ୍ନାରେ । କାରଣ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଯାହାର ଏବେ ପ୍ରମାଣ ମିଳିଛି । ତେବେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତକୁ ଅନ୍ତର୍ଜାତୀୟସ୍ତରରେ ବଦନାମ କରିବା ପାଇଁ ପାକିସ୍ତାନ ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଏହାଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବନ୍ଧୁ ଚେହେରାରୁ ମୁଖା ଖୋଲିଯାଇଛି। ପାକିସ୍ତାନ ଆମେରିକାର ଏକ ପିଆର୍‌ କମ୍ପାନୀକୁ ଏଥି ଲାଗି ୭ କୋଟି ଟଙ୍କା ଦେଇଥିବା କୁହାଯାଉଛି। ପିଆର୍‌ କମ୍ପାନୀ ହଲାଣ୍ଡ୍‌ ଆଣ୍ଡ୍‌ ନାଇଟ୍‌କୁ ପାକିସ୍ତାନ ୧୦ ଲକ୍ଷ ୬୨ ହଜାର ଡଲାର(୭ କୋଟି ଟଙ୍କା) ଦେଇଥିଲା। ପାକିସ୍ତାନୀ ମୁଦ୍ରାରେ ଏହା ପ୍ରାୟ ୧୭ କୋଟି ହେବ। ଏନେଇ ହୋଇଥିବା ଚୁକ୍ତିର ଏକ ନକଲ ଏବେ ପ୍ରକାଶିତ ହୋଇଛି।