Odiapua.com

ପାକିସ୍ତାନକୁ ଭାରତର କଡା ଜବାବ: କଶ୍ମୀର ପ୍ରସଙ୍ଗରେ କହିବା ପାକିସ୍ତାନ ବନ୍ଦ କରୁ

ନୂଆଦିଲ୍ଲୀ, ୦୯/୦୮: ୩୭୦ ଧାରା ଉଠିବା ପରେ ଏବେ ପାକିସ୍ତାନ ରାଗରେ ଜର୍ଜରିତ ହେଉଛି । ଅନ୍ୟପଟେ ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ  ଏକ ପ୍ରେସମିଟ ହୋଇଛି ।  ଯେଉଁଥିରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପାକିସ୍ତାନ ବନ୍ଦ କରୁ ବୋଲି ଭାରତ କହିଛି ।

ଧାରା ୩୭୦ ଉଚ୍ଛେଦ ଆମ ଅନ୍ତରୀଣ ମାମଲା । ଆମ ନିଷ୍ପତ୍ତି ଉପରେ ପାକିସ୍ତାନ ବେଶୀ ବିଚଳିତ ହେଉଛି ବୋଲି ପାକିସ୍ତାନ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଜଣାପଡ଼ିଛି ବୋଲି ଭାରତ ପକ୍ଷରୁ କୁହାଯାଇଛି । ପାକ୍ ଦୁନିଆ ସାମ୍ନାରେ ଭାରତ ବିପକ୍ଷରେ କହିବା ବନ୍ଦ କରୁ ।