Odiapua.com

ପାଇକା ନଦୀ ବାଲିଘାଟର ବେଆଇନ ନିଲାମକୁ ବିରୋଧ କରି ଆନ୍ଦୋଳନ ରାସ୍ତା ରୋକର ଚେତାବନି

ତିର୍ତ୍ତୋଲ ୨୧/୧୨ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ପଞ୍ଚାୟତରେ ପାଇକା ନଦୀ ବାଲିଘାଟର ବେଆଇନ ନିଲାମକୁ ଭିତ୍ତିକରି ଏକ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେକି କିଷ୍ଣ୍ରାନନ୍ଦପୁର ପାଇକା ନଦୀ ବାଲିଘାଟ ବେଆଇନ ନିଲାମ ଓ ଲିଜ୍ ସଂକ୍ରାନ୍ତରେ ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହା ମଧ୍ୟ ମୁଖ୍ୟମନ୍ତ୍ରୀ, ଜଳସେଚନ ମନ୍ତ୍ରୀ, ସାଂସଦ, ବିଧାୟକ, ସେକ୍ରେଟାରୀ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗ, ଆରଡ଼ିସି କଟକ, ଉପଜିଲ୍ଲାପାଳ ଜଗତସିଂହପୁର, ତହସିଲଦାର ତିର୍ତ୍ତୋଲ, ଏସପି ଜଗତସିଂହପୁର, ଆରକ୍ଷୀ ନିରୀକ୍ଷକ ତିର୍ତ୍ତୋଲଙ୍କୁ ମଧ୍ୟ ଡ଼ାକ ଯୋଗେ ପ୍ରେରଣ କରାଯାଇଛି। ଅଭିଯୋଗରେ ପାଇକା ନଦୀ ଉପରେ କ୍ରିଷ୍ଣାନନ୍ଦପୁର ଗ୍ରାମରେ ଥିବା ବାଲିଘାଟରୁ ଗ୍ରାମବାସୀମାନେ ପୁରୁଷାନୁକ୍ରମେ ବାଲି ଉଠାଣ କରିଆସୁଥିଲେ। ତେବେ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ଏହି ବାଲିଘାଟକୁ ତହସିଲଦାର, ତିର୍ତ୍ତୋଲଙ୍କ ଦ୍ୱାରା ନିଲାମ କରାଯାଇଥିଲା ଏବଂ କେବଳ ମଜୁରିଆ ମାନଙ୍କ ଦ୍ୱାରା ଏହି ବାଲି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ସେହି ଅନୁସାରେ ସ୍ଥାନୀୟ ଲିଜ୍‌ଧାରୀ ଶେଖ ଅଜଗର୍ ଅଲ୍ଲୀ ମୁଲିଆ ଲଗାଇ ଟ୍ରାକ୍ଟରରେ ବାଲି ଉଠାଣ କରୁଥିଲେ। ତେବେ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗ ଏହି ଘାଟକୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରିଥିଲେ ମଧ୍ୟ ୨୦୧୫ ମସିହାରେ ଉକ୍ତ ଘଟଣାକୁ ନେଇ ତହସିଲଦାର ବାଲି ଉଠାଣ ସେତେବେଳେ ବନ୍ଦ କରିଥିଲେ। ବାଲିଘାଟରୁ ବାଲି ଉଠାଣ ବନ୍ଦ ଥିଲେ ମଧ୍ୟ ପାଇକା ନଦୀର ଖରସ୍ରୋତରେ ନଦୀବନ୍ଧ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ବନ୍ଧରୁ ପ୍ରାୟ ୨୦୦ ମିଟର ଅତଡ଼ା ଖସି ନଦୀଗର୍ଭରେ ବିଲୀନ ହୋଇଯାଇଛି। ତେବେ ବର୍ତ୍ତମାନ କ୍ରିଷ୍ଣାନନ୍ଦପୁର ଠାରେ ପାଇକା ନଦୀବନ୍ଧର ପ୍ରସ୍ଥ କେବଳ ୧୫ରୁ ୨୦ ମିଟର ମଧ୍ୟରେ ସମୀତ ରହିଥିବା ବେଳେ ବର୍ଷାଦିନେ ବନ୍ୟା ସମୟରେ ଏହି ବନ୍ଧ ଭାଙ୍ଗିଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ଗ୍ରାମବାସୀମାନେ ସେ ସମୟରେ ଆତଙ୍କିତ ଅବସ୍ଥାରେ ରୁହନ୍ତି। ପାଇକା ସାଇଫନ୍ ବ୍ରିଜର ଡ଼ାହାଣ ପଟେ ଥିବା ଦୁଇଟି ଖମ୍ବମୂଳରୁ ବାଲି ଧୋଇଯାଇ ତାହା ଏବେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ଯାହାକି ସାଇଫନ୍ ବ୍ରିଜ ପ୍ରତି ବିପଦ ସୃଷ୍ଟି କରୁଛି। ବ୍ରିଜଟି କ୍ରିଷ୍ଣାନନ୍ଦପୁର ସହିତ ପାଞ୍ଚଗୋଟି ପଞ୍ଚାୟତର କଟକ ଓ କେନ୍ଦ୍ରାପଡ଼ା ସହିତ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ମୁଖ୍ୟ ରାସ୍ତା ଭାବେ ବ୍ୟବହୃତ ହେଉଥିବା ବେଳେ ସମ୍ଭାବିତ ବନ୍ୟାକୁ ଏଡ଼ାଇବା ପାଇଁ ପାଇକା ନଦୀ ମୁହାଣ ଠାରୁ କୋଲର ପର୍ଯ୍ୟନ୍ତ ପ୍ରାୟ ୨୦ କିମି ବ୍ୟବଧାନରେ ଅନ୍ୟ କୌଣସି ବାଲିଘାଟ ସରକାରଙ୍କ ନିଲାମ କରାଯାଉନାହିଁ। ତେବେ କ୍ରିଷ୍ଣାନନ୍ଦପୁର ବାଲିଘାଟକୁ ତିର୍ତ୍ତୋଲ ତହସିଲ ପକ୍ଷରୁ ଚଞ୍ଚକତା କରାଯାଇ ନିଲାମ କରାଯାଇଥିବା ବେଳେ ଉକ୍ତ ବାଲିଘାଟିଆ ବାଲି ଉଠାଇବାକୁ ପ୍ରୟାସ କରିବା ନେଇ ଜନଆନ୍ଦୋଳନ ଆରମ୍ଭ ହୋଇଛି। ଯାହାକି ଏହି ଘଟଣାରେ ଯଦି କୌଣସି ସ୍ଥାୟୀ ପ୍ରତିକାର ନ କରାଯାଏ ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ସହତି ରାସ୍ତାରୋକ କରାଯିବବୋଲି ବୋଲି ପଞ୍ଚାୟତବାସୀମାନେ ଚେତାବନୀ ଦେଇଛନ୍ତି। ଏହିଠାରୁ ଯଦି ବାଲି ଉଠାଯାଏ ତାହାହେଲେ ଆଗାମି ଦିନରେ ସମ୍ଭାବ୍ୟ ବନ୍ୟାରେ ଧୋୟା ଅଞ୍ଚଳପ୍ରତି ଘୋର ବିପଦ ଥିବା ବୁଦ୍ଧିଜିବୀ ମହଲରେ ଆଲୋଚନା ହେବା ସହିତ ସ୍ଥାନୀୟ କୃଷ୍ଣାନନ୍ଦପୁର ବାସୀ ସମ୍ଭାବ୍ୟ ବିପଦ ପାଇଁ ସରକାରୀ ପଦାଧିକାରୀମାନଙ୍କୁ ଦାୟୀ କରୁଥିବା କହିଛନ୍ତି।