Odiapua.com

ପାଇକସାହି ଟାଉନକ୍ଲବ କ୍ରିକେଟ ଟୁର୍ଣାମେଂଟ : ଜୟଦୁର୍ଗାପାଟଣା ଓ ଜାଗୁଳା ବିଜୟୀ

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମରା ନିକଟସ୍ଥ ଜାଗୁଳା ପଂଚାୟତ ପାଇକ ସାହି କ୍ରିକେଟ ପଡିଆରେ ଚାଲିଥିବା ଟାଉନ କ୍ଲବର କ୍ରିକେଟ ଟୁର୍ଣ୍ଣାମେଟ ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚ(୨୦୨୧)ରେ ଟସ ଜିଣି ଏମ ଡି ଧାମରା କ୍ଲବ ୨୦ଓଭର ଖେଳରେ ୧୫୩ ରନ ସଂଗ୍ରହ କରିଥିବା ବେଳେ ଜେପି ରାଇଜିଂ ଷ୍ଟାର ୧୫୪ରନ ସଂଗ୍ରହ କରି ୨୦୨୧ ମସିହା ପାଇଁ ବିଜୟୀ ଘୋଷଣା ହୋଇଥିଲା । ଅନ୍ୟ ଏକ ଫାଇନାଲ ମ୍ୟାଚ(୨୦୨୦)ରେ ଟସ ଜିଣି ମାରୁତି ନନ୍ଦନ କ୍ଲବ ଜାଗୁଳା ନିର୍ଧାରିତ ୨୦ ଓଭରରେ ୨୭୨ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଏମ ଡି ଧାମରା କ୍ଲବ ୨୦ ଓଭରରେ ୨୧୬ ରନ ସଂଗ୍ରହ କରିଥିଲା । ମାନସକୁ ଏହି ଖେଳରେ ମ୍ୟାନ ଅଫ ଦି ମ୍ୟାଚ ଭାବରେ ଘୋଷଣା କରାଯିବା ସହ ୫ହଜାର ଟଙ୍କା ରଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିଲା । ଆଜି ଉଦଯାପିତ ହୋଇଥିବା କ୍ରିକେଟ ଟୁର୍ଣାମେଂଟର ସମସ୍ତ ଖେଳକୁ ଶରତ ଦାସ ଏବଂ ବିପ୍ଳବ ଅମ୍ପାୟାର ଭାବେ ଏବଂ ସ୍କୋରର ଭାବେ କାର୍ତିକ ଗିରି ମ୍ୟାଚ ପରିଚାଳନା କରିଥିଲେ । ଏହି ଉଦ୍‌ଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଧାମରା ପଂଚାୟତର ସରପଂଚ ପ୍ରିୟରଂଜନ ଜେନା,ଜାଗୁଳା ପଂଚାୟତର ପୂବତନ ସରପଂଚ ସୁରେଶ କୁମାର ମାହୁନ୍ତ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ଜିଲା ପରିଷଦ ବଳଭଦ୍ର ଲେଙ୍କା ,ଜାଗୁଳା ପଂଚାୟତର ସମିତିସଭ୍ୟ ପ୍ରମୋଦ ନାୟକ,୫ନଂ ଜୋନର ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି ପରୀକ୍ଷିତ ଦାସ,ମନୋଜ କୁମାର ଲେଙ୍କା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଜ୍ୟୋତି ରଞନ ଲେଙ୍କା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ୨୦୨୧ ମସିହାର ବିଜେତା ଦଳ ଜେପି ରାଇଜିଂ ଷ୍ଟାର କୁ ଟ୍ରଫି ସହ ୧୫ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିବା ବେଳେ ଏମ ଡି ରନର୍ସ ଅଫ ଦଳକୁ କପ ସହ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୦୨୦ ମସିହାରେ ଏହି ଫାଇନାଲ ମ୍ୟାଚ ଉଦଯାପିତ ହୋଇ ନଥିବା ବେଳେ ଆଜି ୨୦୨୦ ବର୍ଷ ପାଇଁ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ମାରୁତି ନନ୍ଦନ କ୍ରିକେଟ ଟିମକୁ ବିଜୟୀ ଘୋଷଣା କରାଯାଇ ଟ୍ରଫି ସହ ୧୦ହଜାର ଟଙ୍କା ଏବଂ ରନର୍ସ ଅଫ ଏମ ଡି ଧାମରା କୁ ରନସ ର୍ଅଫ କପ ସହ ୫ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା ।ଏହି ଟୁର୍ଣ୍ଣାମେଂଟକୁ ମୁଖ୍ୟ ଆୟୋଜକ ଭାବେ ଦିଲ୍ଲିପ କୁମାର ଜେନା ଏବଂ ପାଇକସାହି ଟାଉନ କ୍ଲବର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ ।