Odiapua.com

ପହେଲଗାମ ହତ୍ୟାର ପ୍ରତିବାଦରେ ଶୋଭାଯାତ୍ରା

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପହେଲଗାମରେ ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ସୁବର୍ଣମୁଖୀ ମଣ୍ଡଳ ନାଆମୀ ପଂଚାୟତ ଶାଖା ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଛଂଚୀଣାଠାରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଆତଙ୍କବାଦୀଙ୍କ ନିନ୍ଦା କରାଯିବା ସହ ପାକିସ୍ତାନ ପତାକା ପୋଡ଼ା ଯାଇଥିଲେ।ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରାରମ୍ଭରେ ପ୍ରାର୍ଥନା କରାଯାଇଥିଲା ଓ ସେମାନଙ୍କ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ସମବେଦନା ଜଣାଯାଇଥିଲା।ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏହି ମଶାଲ ଶୋଭାଯାତ୍ରା ବଜାର ପରିକ୍ରମା କରି ଥିଲା। ଏଥିରେ ପ୍ରଦୀପ ପାଢ଼ୀ. ମିହିର ନାୟକ,ଶ୍ରୀକାନ୍ତ ଖଡ଼ିରତ୍ନ,ସନ୍ତୋଷ କୁମାର ବେହେରା,ସନାତନ ଦାସ. ଅକ୍ଷୟ ଜେନା,କାଂହୁଚରଣ ଜେନା,ହଳଧର ବେହେରା ପ୍ରମୁଖ କର୍ମକର୍ତା ଯୋଗ ଦେଇ ଥିଲେ।