Odiapua.com

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏବିଭିପି ପକ୍ଷରୁ ଦୃଢ଼ ନିନ୍ଦା, ପାକିସ୍ତାନ ସେନା ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପହଲଗାମରେ ଆତଙ୍କବାଦୀ ନିରୀହ ପର୍ଯ୍ୟଟକଙ୍କୁ ଧାର୍ମିକ ଆଧାରରେ ଗୁଳି ମାରି ହତ୍ୟା କରିବା ଘଟଣାକୁ ନେଇ ଏବିଭିପି, ଭଦ୍ରକ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏଥିରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ସହରର ଦକ୍ଷିଣ କାଳୀ ମନ୍ଦିରରେ ସାମୁହିକ ଦୀପଦାନ ହୋଇଥିଲା। ଏହି ବର୍ବରୋଚିତ କାଣ୍ଡ ଘଟାଇଥିବା ସମସ୍ତ ଆତଙ୍କବାଦୀ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ସରକାର ଓ ସେନା ବିରୁଦ୍ଧରେ ଭାରତ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ବିକ୍ଷୋଭ ପ୍ରଦର୍ଶନରେ ପାକିସ୍ତାନ ଏବଂ ଆତଙ୍କବାଦ ବିରୁଦ୍ଧରେ ମୂର୍ଦ୍ଦାବାଦର ନାରା ପ୍ରକମ୍ପିତ ହୋଇଥିଲା। ଏଥିରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟା ପାର୍ବତୀ ମିଶ୍ର, ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ବାଲେଶ୍ୱର ବିଭାଗ ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ସବିଷ୍କାର ରାଜ୍ୟ ସଂଯୋଜକ ଦେବୀ ପ୍ରସାଦ ଦାଶ, ଜିଲ୍ଲା କ୍ରୀଡ଼ା ପ୍ରମୁଖ ସତ୍ୟ ପ୍ରକାଶ ମହାନ୍ତି, ନଗର ସମ୍ପାଦକ ଓଁକାର ମହାନ୍ତି, ଦୁର୍ଗା ଶଙ୍କର ଜେନା, ଗୋପୀ କ୍ରିଷ୍ଣା ବାରିକ, ଶୁଭମ୍ ରାଉତ, ଗୌତମୀ ପାଢ଼ୀ, ଦିବ୍ୟ କାନୁନଗୋ, ମନୋରଞ୍ଜନ ମହାନ୍ତି, ରାଜେଶ୍ ପଣ୍ଡୁଆ, ହନୁମାନ ଗୁପ୍ତା, ମନଜିତ୍ ଦତ, ରବି ରେଡ୍ଡୀ, ତାପଜ ସାହୁ, ପ୍ରମୁଖ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।