Odiapua.com

ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଷ୍ଟ୍ରପତିଙ୍କୁ ଦାବୀ

 

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ । ଭଦ୍ରକ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏହି ବର୍ବୋରଚିତ ନରସଂହାର ବିରୋଧରେ ଏକ ପ୍ରଦିବାଦ ସଭା ଅନୁଷ୍ଠିତ ହୋଇଯାଇଛି କ୍ଷ ସଭାକୁ ସମ୍ବୋଧିତ କରି ହିନ୍ଦୁ ଜାଗରଣ ମଞ୍ଚର ଓଡ଼ିଶା ପୂର୍ବ ପ୍ରାନ୍ତର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଭୁ ଚନ୍ଦନ ଜେନା କିପରି ଜାଣିଶୁଣି ଭାରତୀୟ ହିନ୍ଦୁ ସମାଜକୁ ଭୟଭୀତ କରିବାକୁ ଚେଷ୍ଟା ଚାଲିଛି ବକ୍ତବ୍ୟ ପ୍ରଦାନ କରିଥିଲେ କ୍ଷ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ କଣ ପଚାରି ସେହି ଆଧାରରେ ହତ୍ୟା କରିଛନ୍ତି । ଏଥିଲାଗି ସେମାନେ ବସ୍ତ୍ର ଖୋଲି ଯାଞ୍ଚ ମଧ୍ୟ କରିଛନ୍ତି । ଯାହା ଅତ୍ୟନ୍ତ ଘୃଣ୍ୟ ଓ କ୍ଷୋଭର ବିଷୟ।ଆତଙ୍କବାଦୀ, ଏହାକୁ ପ୍ରୋତ୍ସାହନ ଦେଉଥିବା ଦେଶ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଲାଗି ମଞ୍ଚ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରୁଛି ବୋଲି ଶ୍ରୀ ଜେନା କହିଥିଲେ । ତାଛଡ଼ା ଦେଶ ଭିତରେ ଏମାନଙ୍କୁ ସମର୍ଥନ ଦେଉଥିବା ବ୍ୟକ୍ତି ଓ ଗୋଷ୍ଠୀ ବିରୋଧରେ ମଧ୍ୟ ଦୃଢ଼ ପଦକ୍ଷେପ ନେବାର ବେଳ ଆସିଯାଇଛି ବୋଲି ଓଡ଼ିଶା ପୂର୍ବ ପ୍ରାନ୍ତର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରେମାନନ୍ଦ ବେହେରା ନିଜର ମତ ପ୍ରକାଶ କରିଥିଲେ କ୍ଷ ଭଦ୍ରକ ସହର ପରି ସମ୍ବେଦନଶୀଳ ସହରରେ ଏବେ କିପରି ହିନ୍ଦୁ ଅସୁରକ୍ଷିତ ସେ ସମ୍ପର୍କରେ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଭାସ ସାହୁ ଏବଂ ସୁରେଶ ନାୟକ କହିଥିଲେ କ୍ଷ ଏହି ଅବସରରେ ମଞ୍ଚ ତରଫରୁ ମହାମାନ୍ୟ ରାଷ୍ଟ୍ରପତି, ଗୃହମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆତଙ୍କବାଦୀଙ୍କ ଗୁଳିରେ ନିହତ ଭାରତୀୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ଆତଙ୍କବାଦୀଙ୍କ ବିରୋଧରେ ଏକଜୁଟ ହେବାକୁ ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ସାରା ସମାଜକୁ ଆହ୍ୱାନ ଦିଆଯାଇଥିଲା