Odiapua.com

ପଶ୍ଚିମ ବଙ୍ଗର ହାୱାଡ଼ା ଜିଲ୍ଲାରେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ

କୋଲକାତା ୧୭-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। ବିଶେଷ କରି ପଶ୍ଚିମବଙ୍ଗରେ ଏହି ବିରୋଧ କେତେକ ସ୍ଥାନରେ ଉଗ୍ର ହୋଇଥିଲା। ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏ ସମସ୍ତ ବିଷୟକୁ ଆଖି ଆଗରେ ରଖି ହାୱଡ଼ା ଜିଲ୍ଲା ପ୍ରଶାସନ ଆଜି ସଂଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ନିଳମ୍ବିତ ରଖାଯାଇଛି।