Odiapua.com

ପଶ୍ଚିମ ଓଡ଼ିଶାରେ ଭାଏଜିଉଁତିଆ

ସମ୍ବଲପୁର, ୬/୧୦ – (ଓଡ଼ିଆ ପୁଅ) ଆଶ୍ୱୀନ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପଶ୍ଚିମ ଓଡ଼ିଶାରେ ଭାଇଭଉଣୀଙ୍କ ସ୍ନେହ ଓ ମମତାର ପର୍ବ ଭାଏଜିଉଁତିଆ ପାଳନ କରାଯାଇଥାଏ। ବିଭିନ୍ନ ବୟସ ନିର୍ବିଶେଷରେ ଭଉଣୀମାନେ ଉପବାସ ଧାରଣା କରିବା ସହ ସନ୍ଧ୍ୟାରେ ଦେବୀଙ୍କ ପଖରେ ପୂଜ ଅର୍ଚ୍ଚନା କରିଥିଲେ। ନବମୀ ଦିନ ସକାଳୁ ସ୍ନାନ ସାରି ବାଲି ବେଦୀରେ ପୁନର୍ବାର ପୂଜା କରିବା ପରେ ଭାଇମାନଙ୍କୁ ଦେବୀଙ୍କ ଠରେ ଅର୍ପଣ କରିଥିବା ୨୧ ପ୍ରକାର ଫଳ, ୧୧ ପ୍ରକାର ଫୁଲ, ୧୦୮ ଦୁବ ଓ ଅକ୍ଷତ ଅରୁଅ ଚାଉଳକୁ ମୁରୁଜ ଉପରେ ଦୀପ ପ୍ରଜ୍ୱଳନ କରି ବନ୍ଦାଣ କରିବା ସହ ନୂତନ ବସ୍ତ୍ର ପ୍ରଦନ କରିବେ। ଅଜି ଏଥିପାଇଁ ପୂଜାମଣ୍ଡପ ଓ ଦେବୀ ପୀଠମାନଙ୍କରେ ମହିଳମାନଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ବିବାହିତା ଭଉଣୀମାନଙ୍କୁ ଭାଇମାନେ ସସମ୍ମାନେ ନିଜ ନିଜ ଘରକୁ ଡାକି ଆଣିଥାନ୍ତି। ଭାଇମାନଙ୍କ ମଙ୍ଗଳ କାମନା କରି ଭଉଣୀମାନେ ଏହି ବ୍ରତ ପାଳନ କରନ୍ତି। ଏହା ଉଭୟ ଗ୍ରାମ ଓ ସହରରେ ଭକ୍ତିଭାବନାର ସହ କେଉଁ କାଳରୁ ପାଳନ କରାଯାଇ ଆସୁଛି। ଗାଁମାନଙ୍କରେ ଦେବୀଙ୍କ ଚିତ୍ର ଓ କୋଠୀ ନିର୍ମାଣ କରି ମହିଳାମାନେ ଦଳ ଦଳ ହୋଇ ଏବେ ମଧ୍ୟ ପୂଜା କରିବାର ପରମ୍ପରା ନିର୍ବାହ କରୁଛନ୍ତି। ଏହି ପର୍ବରେ ଭାଇଭଉଣୀମାନେ ନୂଆ ବସ୍ତ୍ର ଆଦି ସାମଗ୍ରୀ ଓ ଉପହାର ଆଦାନ ପ୍ରଦାନ କରନ୍ତି। ଆଜି ଏହି ବ୍ରତ ପାଳନ କରାଯାଉଛି।