Odiapua.com

ପଶ୍ଚିମ ଓଡିଶାର ଗଣ ପର୍ଵ ‘ନୁଆଁଖାଇ’ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର ୫-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପଶ୍ଚିମ ଓଡ଼ିଶାର ଗଣ ପର୍ବ ‘ନୂଆଖାଇ’ ନିମନ୍ତେ ଲଗ୍ନ ଧାର୍ଯ୍ୟ କରାଯାଇଛି। ଏହି ଗଣପର୍ବ ନୂଆଁଖାଇ ନେଇ ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭାରେ ଏକ ବୈଠକ ପରେ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସର ରାଜ ପୁରୋହିତଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀରର ଦେବୀ ସମଲେଶ୍ବରୀ ଓ ଦେବୀ ପାଟଣେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଏହି ନୂଆଁଖାଇ ପର୍ଵ ର ତିଥି ଧାର୍ଯ୍ୟ କରାଯାଇଥାଏ। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତା ୦୩.୦୯.୨୦୧୯ରିଖ ମଙ୍ଗଳବାର ବିଶୁଦ୍ଧ ତୁଳା, ମିଥୁନ ଲଗ୍ନ ଅମୃତ ବେଳା ସକାଳ ୮ ଘଣ୍ଟା୫୦ମିନିଟ ଠାରୁ ୧୦ ଘଣ୍ଟା ୩୮ ମିନିଟ ମଧ୍ୟରେ ନବାନ୍ନ ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଏହି ଦିନ ପ୍ରଥମେ ଏହି ଇଷ୍ଟ ଦେବୀ ମା ସମଲେଶ୍ବରୀ ଓ ମା ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପରେ ସମସ୍ତେ ପର୍ବ ପାଳନ କରିବେ।