ବାଲେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ‘ବୁଲ୍ବୁଲ୍ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ବାଟବଣା ହୋଇ ଦୀଘା ମୁହାଣରେ ଲାଗିପାରିନଥିଲା। ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ପଶ୍ଚିମବଙ୍ଗର ୬୦୦ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ସରକାର ଉଦ୍ଧାର କରିଛନ୍ତି। ମତ୍ସ୍ୟ ବିଭାଗ ଓ ମେରାଇନ୍ ଥାନାର ମିଳିତ ଉଦ୍ୟମରେ ସମୁଦ୍ରରେ ଅଟକିଥିବା ଏହି ମତ୍ସ୍ୟଜୀବୀଙ୍କୁ ଠାବ କରାଯିବା ପରେ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୩୭ଟି ଡଙ୍ଗା କେନ୍ଦ୍ରାପଡାର ତାଳଚୁଆ ଜେଟି ଏବଂ ଅବଶିଷ୍ଟ ୧୩ଟି ଡଙ୍ଗାକୁ ଭଦ୍ରକର ଧାମରା ଜେଟିରେ ରଖାଯାଇଛି। ବାତ୍ୟା ଟଳିବା ପର୍ୟ୍ୟନ୍ତ ୬୦୦ ମତ୍ସ୍ୟଜୀବୀଙ୍କର ରହିବା, ଖାଇବା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଧାମରା ଜେଟିରେ ଆଶ୍ରୟ ନେଇଥିବା ୧୫୬ ଜଣ ମତ୍ସ୍ୟଜୀବୀ ବର୍ତ୍ତମାନ ସୁରକ୍ଷିତ ରହିଥିବା ଏଏଫଓ ବିଚିତ୍ରାନନ୍ଦ ଭୋଳ ସୂଚନା ଦେଇଛନ୍ତି।