ହାଟଡିହି- ୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ପଶ୍ଚମବଙ୍ଗରେ ତୃଣମୁଳ କଂଗ୍ରେସର ବିପୁଳ ବିଜୟ ପରେ ସେଠାରେ ଟିଏମସି କର୍ମମାନେ ଯେପରି ଭାବେ ବିଜେପି କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ଚଳାଇଛନ୍ତି ତାର ପ୍ରତିବାଦରେ ଆଜି ବିଜେପି ନେତାମାନେ ନିଜ ନିଜ ଘର ମାନଙ୍କରେ ଧାରଣାରେ ବସିବା ସହ ଏହାର ଦୃଢ଼ ନିନ୍ଦ କରିଛନ୍ତି । ଆନନ୍ଦପୁରର ବରିଷ୍ଠ ବିଜେପି ନେତା ଆଲୋକ ସେଠୀ ତାଙ୍କ ବାସଗୃହରେ ଆଜି ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ତାଙ୍କ ସହିତ ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ ଜେନା ମଧ୍ୟ ସାମିଲ ହୋଇଥିଲେ । ଭାରତର ଗଣତାନ୍ତ୍ରିକ ରାଷ୍ଟ୍ରରେ ହିଂସାର ସ୍ଥାନ ନାହିଁ । କିନ୍ତୁ ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସ ଯେପରି ଗୁଣ୍ଡାରାଜ ଓ ଆତଙ୍କରାଜ ଚଳାଇଛି ତାହାକୁ ତୁରନ୍ତ ବନ୍ଦ କରିବାପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିବା ସହିତ ଏପରି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।
ପଶ୍ଚିମବଙ୍ଗରେ ବିଜେପି କର୍ମକତ୍ତାଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଧାରଣା
