ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ରଜ ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଆକାଡେମୀ ସଦସ୍ୟ ଇଂ ଅଭୟ ସୂତାରଙ୍କ ପୌରହିତ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ। “ସାହିତ୍ୟ ଓ ପଲ୍ଲୀଚେତନାରେ ରଜପର୍ବ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଦାସ, ମୁଖ୍ୟବକ୍ତା ଶିକ୍ଷାବିତ୍ ଅମୂଲ୍ୟ କୁମାର ରାଉତ, ସମ୍ମାନନୀୟ ଅତିଥି ସାହିତ୍ୟ ଆକାଡେମୀ ପୁରସ୍କାର ପ୍ରାପ୍ତ ଡ. ଭରତ ଚନ୍ଦ୍ର ଦାଶ, ବରେଣ୍ୟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ବିଶେଷ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଇଂ ରବିନ୍ଦ୍ର କୁମାର ଜେନା, ପ୍ରାକ୍ତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ରମାକାନ୍ତ ମହାଳିକ, ଶିକ୍ଷାବିତ୍ ଗୟାଧର ପଣ୍ଡା, ଲକ୍ଷ୍ମଣ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ପାଢୀ, ସତ୍ୟପ୍ରକାଶ ସେଠୀ ପ୍ରମୁଖ ପଲ୍ଲୀଚେତନା ମଧ୍ୟରେ ଓଡ଼ିଆ ସାହିତ୍ୟର ଅସ୍ମିତାର ଭାବ ନିଗୁଢ ଭାବେ ଅର୍ନ୍ତନିହିତ ହୋଇ ରହିଛି ଓ ପଲ୍ଲୀ ଚେତନା ହିଁ କବିର ଭାବକୁ କବିତାରେ ପରିଷ୍ଫୁଟନ କରିଥାଏ। ଏଣୁ ସାହିତ୍ୟ ଓ ପଲ୍ଲୀ ଚେତନାକୁ ପର୍ବ-ପର୍ବାଣୀ ହିଁ ସ୍ୱୟଂ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ୍ ଅଜୟ କର, କବୟିତ୍ରୀ ମାନସୀ ସୂତାର ଓ ଶିକ୍ଷୟିତ୍ରୀ ସାବିତ୍ରୀ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଉମେଶ ଚନ୍ଦ୍ର ମହାପାତ୍ର, ଅଧିବକ୍ତା ରାଖାଲ ଚନ୍ଦ୍ର ସ୍ୱାଇଁ, ଶିଶୁ କବି ଅଂଶୁମାନ ସ୍ୱାଇଁ, ବିଜୟ ଶ୍ରୀ ଗୋକୁଳାନନ୍ଦ ରାଉତ, ବିଜୟ କୁମାର ବହଳୀ, ସଙ୍ଗୀତ ନାଟକ ପୁରସ୍କାର ପ୍ରାପ୍ତ ଗୌରାଙ୍ଗ ଚନ୍ଦ୍ର ବାରିକ, ସୁବାସ ଚନ୍ଦ୍ର ବଳ, କୈଳାସ ଦାସ, ଅଧିବକ୍ତା ମନୋରଞ୍ଜନ ଦାସ, ସରୋଜିନୀ ନାୟକ, ସାବିତ୍ରୀ ବାନାର୍ଜୀ, ନମିତା ରାଣୀ ମହାନ୍ତି, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ମହେଶ୍ୱର ସାହୁ, ନିରଞ୍ଜନ ନାୟକ, ଶ୍ରଦ୍ଧାଞ୍ଜଳି ମିଶ୍ର, ବିପ୍ଳବ କୁମାର ହୋତା, ଶରତ ରାଉତ, ମୁକ୍ତିକାନ୍ତ ଓଝା, ବସନ୍ତ କୁମାର ମହାନ୍ତି ପ୍ରମୁଖ ସ୍ୱରଚିତ ରଜ କବିତା ପାଠ କରିଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆହ୍ୱାନ, ଗାୟିକା ଗାୟତ୍ରୀ ଦାଶ ପ୍ରାରମ୍ଭିକ ଭଜନ ପରିବେଷଣ, ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ ଦାଶ ସମ୍ପାଦକୀୟ ପାଠ, ଶେଷରେ ସହସମ୍ପାଦିକା ମମତାରାଣୀ ଦାଶମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।