Odiapua.com

ପଲ୍ଲୀ ଉନ୍ନୟନ ଯୁବ ସଂଘ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ, ୧୩ା୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ୍ ବାଣିତିଆ ପଂଚାୟତ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ୫ମ ବିଶାଳ ରକ୍ତଦାନ ଶିବିର ଅଗ୍ରଣୀ ଯୁବ ସଂଘ ପଲ୍ଲୀ ଉନ୍ନୟନ କ୍ଲବ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଶନିବାରଦିନ ସକାଳ ୭ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ସମସ୍ତେ କରୋନା କଟକଣା ମଧ୍ୟରେ ରକ୍ତଦାନ କରିଥିଲେ। ବହୁ ସହୃଦୟ ବ୍ୟକ୍ତି ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ତେବେ କରୋନା ମହାମାରୀ ସମୟରେ ସଂଗଠନର ଏଭଳି କାର୍ଯ୍ୟକୁ ପଂଚାୟତବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ଏଭଳି ମହତ୍ କାର୍ଯ୍ୟ ଅବ୍ୟାହତ ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଆଜିର ଏହି ରକ୍ତଦାନ ଶିବିରରେ ସମୁଦାୟ ୮୫ ୟୁନିଟ୍ ରକ୍ତ ସଂଗୃହିତ କରାଯାଇଛି।