Odiapua.com

ପର୍ଯ୍ୟଟକଙ୍କ ଲାଗି ଜାରି ହେଲା ହେଲ୍ପଲାଇନ୍ ନମ୍ବର

ପୁରୀ, ୪ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ପର୍ଯ୍ୟଟକମାନଙ୍କ ସୁରକ୍ଷା ଲାଗି ଜିଲ୍ଲା ପୁଲିସ ପକ୍ଷରୁ ଟୁରିଷ୍ଟି ହେଲ୍ପଲାଇନ୍ ନମ୍ବର ୬୩୭୦୯୬୭୧୦୦ଜାରି କରାଯାଇଛି। ଏହି ହେଲ୍ପଲାଇନ୍ ନମ୍ବର ୨୪ଘଣ୍ଟିଆ କାର୍ଯ୍ୟକରିବ। ପର୍ଯ୍ୟଟକମାନେ ବିଭିନ୍ନ ଅସୁବିଧା ସମ୍ପର୍କରେ ଉପରୋକ୍ତ ଟୁରିଷ୍ଟି ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅଭିଯୋଗ କରିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଜି ଏସ୍‌ପି କନୱାର ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ପୁରୀର ଟୁରିଷ୍ଟ ବସ୍ ଅଫିସ୍ ବିଅରର ମାନଙ୍କର ଏକ ବୈଠକ ହୋଇଥିଲା। ପର୍ଯ୍ୟଟକମାନେ ପୁରୀର ଅତିଥି ହୋଇଥିବାରୁ ସେମାନଙ୍କୁ ବସ୍ କର୍ମଚରୀମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଏସ୍‌ପି ପରାମର୍ଶ ଦେଇଥିଲେ। ସମସ୍ତ ଟୁରିଷ୍ଟ ବସ୍ କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଣିକି ପ୍ରତ୍ୟେକ ଟୁରିଷ୍ଟି ବସ୍ ଭିତରେ ପୁଲିସ ପକ୍ଷରୁ ଜାରି ହେଲ୍ପଲାଇନ୍ ନମ୍ବର ଉଲ୍ଲେଖ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।