Odiapua.com

ପରୀକ୍ଷା ଦେବାକୁ ନ ଉଠିବାରୁ ପୋଲିସ ଡାକିଲେ ଜେଜେ ମା

ଥାଇଲାଣ୍ଡ,୧୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ସାଧାରଣତଃ କୌଣସି ଦୁର୍ଘଟଣା କିମ୍ବା ଘଟଣା ବେଳେ ଲୋକ ପୋଲିସକୁ ଖବର ଦେଇଥାନ୍ତି କିନ୍ତୁ ଥାଇଲାଣ୍ଡର ଘଟିଥିବା ଏହି ଘଟଣା ସାମାନ୍ୟ ଅଲଗା। ପରୀକ୍ଷା ଦେବା ପାଇଁ ନାତି ଶୋଇବା ପରେ ନ ଉଠିବା କାରଣରୁ ଜେଜେମା ପୋଲିସକୁ ଡାକିଲେ।

ଏହି ଘଟଣା ବ୍ୟାଂକକର । ଏକ ଘରେ ଜେଜେମା ଏବଂ ନାତି ରୁହନ୍ତି। ନାତିର ପରୀକ୍ଷା ଚାଲୁଥିଲା କିନ୍ତୁ ନାତି ରାତିରେ ଶୋଇବା ପରେ ସକାଳୁ ଉଠିଲା ନାହିଁ। ଜେଜେମା ନାତିକୁ ପରୀକ୍ଷା ଦେବାକୁ ଯିବାପାଇଁ ଡାକିଲେ କିନ୍ତୁ ସେ ଉଠିଲେ ନାହିଁ। ଏଥିପାଇଁ ଚିନ୍ତିତ ହୋଇ ଜେଜେମା ପୋଲିସକୁ ଡକାଇଦେଲେ।