Odiapua.com

ପରୀକ୍ଷାମୂଳକ ଭାବେ ଶ୍ରୀକ୍ଷେତ୍ର ବାସୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ, ୧୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିଳାଚଳ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା କରାଯାଇଥିଲା। ଆଜିର ଏହି ବୈଠକରେ ଶ୍ରୀକ୍ଷେତ୍ର ବାସୀନ୍ଦାଙ୍କ ନିମନ୍ତେ ଏକ ଖୁସି ଖବର। ଚଳିତ ମାସ ୨୩ ତାରିଖରୁ ପ୍ରଥମେ ପୁରୀ ବାସୀନ୍ଦାଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିରକୁ ଛଡ଼ାଯିବାକୁ ନିଷ୍ପତ୍ତି। ଦୁଇ ଦିନ ମଧ୍ୟରେ ବୈଠକର ନିଷ୍ପତ୍ତି ସରକାରଙ୍କୁ ସୁପାରିସ ପାଇଁ ପଠାଯିବ। କଟକଣା ଅନୁସାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ। ୨୩ରୁ ୨୬ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରଥମ ୪, ୫ ଦିନ ପୁରୀବାସୀ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବେ। ୧ ଓ ୨ ନୂଆ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ ନାହିିଁ। ୩ତାରିଖରେ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ଛଡ଼ାଯିବ। ସମସ୍ତେ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ଭାବେ ବ୍ୟବହାର କରିବେ। ପ୍ରାୟ ୫୦୦୦ ଭକ୍ତ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିବା ବ୍ୟବସ୍ଥା କରାଯିବ। ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ଭକ୍ତ ଜଗନ୍ନାଥ ପ୍ରେମୀଙ୍କ ସହୋଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତମାନେ ଧାଡ଼ିରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଦୀର୍ଘ ୯ମାସ ଧରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଥିବା ଯୋଗୁଁ କୈାଣସି ଶ୍ରଦ୍ଧାଳୁ ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରି ନାହାନ୍ତି। ଆଜିର ଏହି ନିଷ୍ପତ୍ତି ଭକ୍ତମାନଙ୍କ ମଧ୍ୟରେ ଏକ ଆନନ୍ଦର ଲହରି ଖେଳି ଯାଇଛି।