Odiapua.com

ପରୀକୁ ନ୍ୟାୟ ପ୍ରଦାନ ପାଇଁ ବିଜେପିର ସାମୁହିକ ଦୀପଦାନ

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର କୁନିଝିଅ ପରୀକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବିରେ ଅଡିବସିଥିବା ଭାରତୀୟ ଜନତା ପାର୍ଟିର ଭଣ୍ଡାରିପୋଖରୀ ବ୍ଲକ ଶାଖା ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ହନୁମାନ ମନ୍ଦିରରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବରିଷ୍ଠ ନେତା ବସନ୍ତ ରାଉତଙ୍କ ସମେତ ବ୍ଲକର ତିନୋଟି ସାଙ୍ଗଠନିକ ମଣ୍ଡଳର ସଭାପତି ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ନିର୍ମଳ କର, ସୁଶାନ୍ତ ମହାପାତ୍ର, କରୁଣାକର ସାହୁ, ସନ୍ତୋଷ ସାହୁ, ପ୍ରଦ୍ୟୁମ୍ନ ସେନାପତି, ପ୍ରହ୍ଲାଦ ସାହୁ, ଜଗବନ୍ଧୁ ଦାସ, କମଳକୁମାର ନନ୍ଦ, ବିବେକାନନ୍ଦ ସାହୁ, ପର୍ଶୁରାମ ପରିଡା, ଅମୂଲ୍ୟ ସେଠୀ, ଭୀମସେନ ନାୟକ, ଶିବାନୀ ଶଙ୍କର ସ୍ୱାଇଁ, ଶିବାନନ୍ଦ ସାହୁ ପ୍ରମୁଖ ପଞ୍ଚାୟତର ଆଗୁଆ କର୍ମୀମାନେ ଯୋଗଦେଇ ଦୀପଦାନ କରିଥିଲେ ।