Odiapua.com

ପରୀକୁ ନ୍ୟାୟ ଦେବା ଦାବିରେ ଆମରଣ ଅନଶନ

ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ଯଦୁପୁରର ୫ ବର୍ଷୀୟା ନାବାଳିକା ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ବିଭିନ୍ନ ମହଲରେ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଆଜିଯାଏଁ ତା’ର ସୁଫଳ ମିଳୁନାହିଁ। ଯାହାକି ଅସନ୍ତୋଷର ନିଆଁ ବଢୁଥିବା ଦେଖାଦେଇଛି। ଏହି ପରିପ୍ରେକ୍ଷିରେ ପରୀର ଅପହରଣ ଓ ହତ୍ୟାକାଣ୍ଡର ହତ୍ୟାକାରୀଙ୍କୁ ଗିରଫ ତଥା ପରୀ ପରିବାରକୁ ଉଚିତ ନ୍ୟାୟ ଓ ସୁରକ୍ଷା ଦାବିରେ ନୟାଗଡ଼ର ଦୁଇ ଯୁବକ ଶାନ୍ତନୁ ବିଶୋଇ ଓ ଭୁବନ ଚାନ୍ଦ ହାତୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଉଲ୍ଲେଖଯୋଗ୍ୟ ନୟାଗଡ଼ ସଦର ଥାନା ଲକ୍ଷ୍ମୀପ୍ରସାଦ ପଂଚାୟତ ଯଦୁପୁର ଗ୍ରାମର ଅଶୋକ ସାହୁଙ୍କ ଝିଅ ପରୀ ଗତ ଜୁଲାଇ ମାସ ୧୪ ତାରିଖ ଦିନ ୧୧ଟାବେଳୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ପରେ ତା’ର ଖଣ୍ଡ ବିଖଣ୍ଡିତ ଶବ ଏକ ଅଖା ଭିତରେ ପୋଖରୀରୁ ଉଦ୍ଧାର କରାଯାଇଥିଲା। ସେହିଦିନ ଠାରୁ ପରୀ ହତ୍ୟକାରୀକୁ ଗିରଫ ପାଇଁ ବିଭିନ୍ନ ସମୟରେ ବହୁ ଆନ୍ଦୋଳନ, ରାସ୍ତାରୋକ କରାଯାଇଥିଲେ ମଧ୍ୟ ଏହାର ରହସ୍ୟ ଉନ୍ମୋଚନ ହୋଇପାରୁନାହିଁ।