Odiapua.com

ପରୀକୁ ନ୍ୟାୟ ଦାବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଘଂଟେଶ୍ୱରରେ ବିକ୍ଷୋଭ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ଠାରେ ଏବିଭିପି ପକ୍ଷରୁ ପରୀ ହତ୍ୟାକାରୀକୁ ନ୍ୟାୟ ପ୍ରଦାନ ଦାବୀରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଛାତ୍ର ସଙ୍ଗଠନର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ଘଂଟେଶ୍ୱର କଲେଜ ଠାରୁ ଏକ ରାଲିରେ ବାହାରି ଘଂଟେଶ୍ୱର ବଜାର ପରିକ୍ରମା କରିବା ସହ ଶାସକ ଦଳ ବିରୁଦ୍ଧରେ ନାରାବାଜି ଦେଇଥିଲେ । ଏଥିସହ କୁନୀଝିଅ ପରିର ର ପିତାମାତାଙ୍କୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ଙ୍କ ସମେତ ଓଡିଶା ପୁଲିସର ଅବହେଳାକୁ ନେଇ ଏହି ବିକ୍ଷୋଭ ଆରମ୍ଭ ହେଲା ଆଗାମୀ ଦିନରେ ଏହା ବିଶାଳ ରୂପନେବ ବୋଲି ଛାତ୍ର ସଙ୍ଗଠନର ନେତୃବୃନ୍ଦ ମାନେ ନିଜର ପ୍ରତିକ୍ରିୟା ରଖିବା ସହ ଏହି ଘଟଣାରେ ସଂପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତ‘ା ସହ ମାମଲାକୁ ତୁରନ୍ତ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯିବାକୁ ଦାବୀ କରିବା ସହ ଅରୁଣ ସାହୁଙ୍କ କୁଶ ପୁତଳିକା ଦାହ କରିଥିିଲେ ।