ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୈତରଣୀ ନଦୀ କୂଳରେ ବିଭିନ୍ନ ସ୍ଥାନରୁ ବେଧଡକ ଭାବେ ଚାଲିଛି ବାଲି ପରିବହନ।ଏଥିପାଇଁ ପରିବେଶ ବିଗୁଡୁଛି।ସରକାର ରାଜସ୍ୱ ହରାଉଛନ୍ତି।ଲୋକଙ୍କ ଜୀବନ ବି ଯାଉଛି।ହେଲେ ମୁନାଫା କମାଇବା ପାଇଁ କିଛି ବାଲି ବେଆଇନ କାରବାର କରୁଥିବା ବେପାରୀଙ୍କ ବିରୋଧରେ ଆଖି ଦୃଶିଆ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏହି ବେପାର ପାଇଁ କାହାର ଭୟ ରହୁନାହିଁ।ବରଂ ନୂଆ ନୂଆ ସ୍ଥାନ ଉପରେ ଆଉ କେତେକ ଏହି କାରବାର ସହ ଯୋଡ଼ି ହେଉଛନ୍ତି।ଭଣ୍ଡାରିପୋଖରୀ ଥାନା ଅଧିନ ବିଭିନ୍ନ ସ୍ଥାନରେ ହେଉଥିବା ବାଲି ଚୋରିକୁ ରୋକିବା ପାଇଁଁ ପ୍ରଶାସନ ପକ୍ଷରୁ କିଛି ଦିନ ପୂର୍ବରୁ ବୈତରଣୀ କୂଳବର୍ତି ସ୍ଥାନରେ ଗର୍ତ ସୃଷ୍ଟି କରା ଯାଇଥିଲା। ନଦୀ ପଠାରେ ଯେଉଁ ନାଳ ଚିରା ଯାଇଥିଲା ମାଫିଆ ମାନେ ସେଗୁଡିକୁ ପୋତି ଦେଇଛନ୍ତି। ଏବେ ପୂର୍ବ ଭଳି ନଦୀରୁ ୍ୱାଲି ପରିବହନ ଜାରି ରହିଛି। ବନ୍ୟା ସମୟକୁ ଛାଡିଦେଲେ ବର୍ଷ ତମାମ ବୈତରଣୀ ନଦୀରୁ ଅହରହ ବାଲି ଚୋରି ହୋଇଥାଏ। ନଦୀର ୍ୱନ୍ଦାଳମଢିଆଳୀ ଠାରୁ ଆରମ୍ଭ କରି ମୁଢାପଦା ଯାଏଁ ସ୍ୱୁଠି ଦୈନିକ ଶହଶହ ଟ୍ରିପ ବାଲି ଚାଲାଣ ହୋଇଥାଏ। ପୂର୍ବରୁ ଥାନା ଓ ତହସିଲ ଏହାକୁ ରୋକିବା ପାଇଁଁ ଶତ ଚେଷ୍ଟା କରିଥିଲେ ମଧ୍ୟ ତାହା ଶତପ୍ରତିଶତ ସଫଳ ହୋଇନଥିଲା। କିଛି ମାସ ପୂର୍ବରୁ ଜିଲ୍ଲା ଖଣି ନଗମ ବେଆଇନ ବାଲି ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁଁ ଅଂଟା ଭିଡିଥିଲା। ନୂଆ ଯୋଜନା ଅନୁଯାୟୀ ନଦୀ କୂଳିଆ ଗାଁରେ ଜନସଚେତନତା ସଭା ଓ ଗାଡି ଯିବା ରାସ୍ତାରେ ନାଳ ଖୋଳା ଯାଇଥିଲା। ଏହି ପରିପ୍ରେକ୍ଷୀରେ ସର୍ବ ପ୍ରଥମେ ବାଲିପୋଖରୀ ଏସକେପ ଠାରେ ବେଆଇନ ବାଲି ଚାଲଣ ହେଉଥିବା ପଥରେ ଗର୍ତ ଖନନ ହୋଇଥିବା ବେଳେ ପରେ ପରେ ମଣୀନାଥପୁର ବିରୋଳି,ମୁଢାପଦା ପ୍ରମୁଖ ସ୍ଥାନରେ ବାଲି ଚୋରି ରୋକିବା ସକାଶେ ନଦୀକୁ ଲାଗି ନାଳି ତିଆରି ହୋଇଥିଲା। ବେଆଇନ ବାଲି ଚୋରିକୁ ରୋକିବା ପାଇଁଁ ଖଣି ନିଗମ ପକ୍ଷରୁ ଉପାୟ ଅବଲମ୍ବନ କରା ଯାଇଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି କୁହାଯାଇଛି।ବେଆଇନ ବାଲି ଉତୋଳନ ଯୋଗୁ ବଲ୍ଲଭି ଘାଟ ସେତୁ ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।ସେହିପରି ବେଆଇନ ବାଲି ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ କିଛିଦିନ ପୂର୍ବରୁ ବାଲି ଟ୍ରାକ୍ଟର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।ଅନୁରୂପ ଭାବେ ଏବେ ଜଗନ୍ନାଥପ୍ରସାଦ ନିକଟରୁ ସଞ୍ଜ ପରେ ରାତିରେ ବେପରବାୟ ଭାବରେ ବାଲି ପରିବହନ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।ବାଲି ଖୋଲାଯାଇଥିବା ସ୍ଥାନରେ ପଡ଼ି ଅତୀତରେ ନେରଡ଼ା ଓ ଝୁଟଣାରେ ପାଂଚ ଜଣଙ୍କ ଜୀବନ ଯାଇଛି। ବ୍ଲକର ବିଭିନ୍ନ ସ୍ଥାନରୁ ଦୈନିକ ବାଲି ଉତୋଳନ ଏବଂ ପରିବହନ ହେଉଥିବା ବେଳେ ଏବେ ସୀମାରୁ ମଧ୍ୟ ଦିବାଲୋକରେ ୍ୱାଲି ଚୋରି ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ମଞ୍ଜୁରୀ ରୋଡ ନିକଟସ୍ଥ ୍ୱନ୍ଦାଳ ମଢିଆଳୀ ପଂଚାୟତ ବଳିପୁର ନିକଟରୁ ବାଲି ଉଠାଇବା ପାଇଁ ଯୋଜନା ଆରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଥାନା ଅନ୍ତର୍ଗତ ଅମୃତପୁର ମା ମଙ୍ଗଳା ବାଲି ଘାଟରୁ ବେଆଇନ ପରିବହନ ହେଉଛି। ସୀମା ଅତିକ୍ରମ କରି ଏବେ ବଳିପୁର ନିକଟରୁ ବାଲି ଉତୋଳନ ପାଇଁ ମଧ୍ୟ ଯୋଜନା ହେଉଥିବା କୁହା ଯାଇଛି। ଯାଜପୁର କୋରେଇ ଥାନା ଅଂଚଳର କିଛି ବାଲି ବ୍ୟବସାୟୀ ଏଥିରେ ସହଯୋଗ କରୁଥିବା ଜଣା ଯାଇଛି। ବାଲିପୁର ଗାଁଟି ନଦୀ ପଠାରେ ରହିଥିବା ବେଳେ ସୀମା ଅତିକ୍ରମ କରି ମାଫିଆ ମାନେ ଯଦି ବାଲି ଉତୋଳନ କରନ୍ତି ତାହେଲେ ବର୍ଷା ଦିନେ ଗ୍ରାମକୁ ବିପଦ ମାଡି ଆସି। ସୀମା ପାର ବାଲି ଚୋରି କୁ ରୋକିବା ପାଇଁ ସ୍ଥାନୀୟ ବାସିନ୍ଦା ମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।