Odiapua.com

ପରିବା ବେପାରୀକୁ ବିନାକାରଣରେ ମାଡ ମାରି ୨ଜଣ କନେଷ୍ଟବଳ ନିଲମ୍ବିତ

ଯାଜପୁର ୫ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାହର ଜିଲ୍ଲାର କିଛି ପରିବା ବେପାରୀ ଯାଜପୁର ଜିଲ୍ଲା ରୁ ପରିବା କିଣି ଘରକୁ ଯାଉଥିବା ବେଳେ ବିଝାଂରପୁର ଜରି ପାଣ୍ଡି ଅଧିନସ୍ଥ ସିଙ୍ଗପୁର ଇନ୍ଦିରା ଗାନ୍ଧି ଛକରେ ଡ୍ୟୁଟିରେ ଥିବା ଦୁଇଜଣ ପୁଲିସ କର୍ମଚାରୀ ବେପାରୀଙ୍କୁ ମାଡ ମାରିବା ଅଭିଯୋଗରେ ୨ଜଣ କନେଷ୍ଟବଳ ନିଲମ୍ବିତ ହୋଇଥିବା ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସୂଚନା ଯୋଗ୍ୟ କରୋନା ଲକ୍‌ଡାଉନ ସମୟରେ ପଡୋଶି ଭଦ୍ରକ ଜିଲ୍ଲାରୁ କିଛି ପରିବା ବେପାରୀ ଯାଜପୁାର ବାରବାଟିରୁ ପରିବା ନେଇ ସେମାନଙ୍କ ଘରକୁ ପେରୁଥିବା ବେଳେ ଗତ ୧୬ ତାରଖ ରାତ୍ରୀରେ ଡିୟୁଟିରେ ଥିବା କନେଷ୍ଟବଳ ଦୀପକ ରାଉତ ଏବଂ ସତ୍ୟରଞ୍ଜନ ଦାସ ଜରି ଫାଣ୍ଡି ଅଧୀନ ଦେଇ ଯାଉଥିବା ବେଳେ ସିଙ୍ଗପୁର ଇନ୍ଦିରା ଗାନ୍ଧି ଛକରେ ପରିବା ଗାଡ଼ିକୁ ଅଟକାଇବା ସହିତ ଚାଳକ ବିଶିକେଶନ ଦାସ (୨୫)ଙ୍କଠାରୁ ଗାଡ଼ି ଚାବି ଛଡେଇ ନେଇଥିଲେ। ସେମାନେ ଗାଡ଼ିରେ କ’ଣ ଅଛି ବୋଲି ପଚାରିଥିଲେ। ପରିବା ବ୍ୟବସାୟୀ ଗଣେଶ ସାହୁ (୩୦) ଏଥିରେ ପରିବା ଥିବା କହିଥିଲେ। ହେଲେ ଆମକୁ ଭୁଆଁ ବୁଲାଉଛ କହି ଡ୍ରାଇଭରଙ୍କ ସହିତ ପରିବା ଗଣେଶଙ୍କୁ ଅକାରଣରେ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ କର୍ମଚାରୀମାନେ ଗଣେଶଙ୍କୁ ବାଡ଼ିରେ ଗୋରୁଗାଈ ଭଳି ପିଟିଥିଲେ। ଏସଂପର୍କରେ ପରିବା ବେପାରୀ ମାନେ ପାଣିକୋଇଲିଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଆରକ୍ଷୀ ଅଧୀକ୍ଷକ ଘଟଣାର ତଦନ୍ତ କରି ଦୁଇ କନେଷ୍ଟବଳଙ୍କୁ ଆଜି ନିଲମ୍ବିତ କରିଥିବା ସୂଚନା ମିଳିଛି।