Odiapua.com

ପରିବା ଦୋକାନ ବସାଇବାକୁ କେନ୍ଦ୍ରକରି ଗଣ୍ଡଗୋଳ, ବାପ ପୁଅ ଗିରଫ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି ବଜାର ଠାରେ ଆଜି ସକାଳେ ପରିବା ଦୋକାନ ବସିବାକୁ କେନ୍ଦ୍ରକରି ଦୁଇ ପରିବା ବ୍ୟବସାୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବା ଦ୍ୱାରା ଏଥିରେ ଦୁଇଜଣ ଆହତ ହୋଇଥିବାବେଳେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶଯେ ଆଜି ସକାଳେ ଚୁଡ଼ାକୁଟି ବଜାର ରାସ୍ତା କଡ଼ରେ ଅନନ୍ତ ସାହୁ ପରିବା ଦୋକାନ ବସାଇବା ବେଳେ ତାଙ୍କ ପାଖରେ ଅଲ୍ଲୀସାହା ମଧ୍ୟ ପରିବା ଦୋକାନ ପକାଇଥିଲେ । ତେବେ ପରିବା ଦୋକାନ ଘୁଞ୍ଚାଇବା ନେଇ ଅନନ୍ତଙ୍କ ପୁଅ ସୁଦାମ ସାହୁଙ୍କ ମଧ୍ୟରେ ଅଲ୍ଳୀଙ୍କର ବଚସା ହୋଇଥିଲା । ତେବେ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଦ୍ୱାରା ତାହା ସମାଧାନ ହୋଇଥିଲା । ପରବର୍ତ୍ତି ସମୟରେ ଅଲ୍ଲୀଙ୍କ ପୁଅ ସକିଲ ସାହା ଓ ହାମସଫର ସାହା ଆସି ସୁଦାମଙ୍କ ବାପା ଅନନ୍ତକୁ ମାରଣାନ୍ତକ ଆକ୍ରଣ କରିଥିଲେ । ଏଥିରେ ଉଦ୍ଧାର କରିବାକୁ ଯାଇ ରଘୁନାଥ ବେହେରା ମଧ୍ୟ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଧାମନଗର ଡ଼ାକ୍ତରଖାନାକୁ ପଠାଇଥିବାବେଳେ ଘଟଣା ସ୍ଥଳରେ ଧାମନଗର ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର ଓ ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ ପହଂଚି ଘଟଣାର ତଦନ୍ତ କରିବା ସହିତ ଏକ ଛୁରି ମଧ୍ୟ ଜବତ କରିଥିଲେ । ଏ ସମ୍ପର୍କରେ ଧାମନଗର ଥାନାରେ କେସ ନଂ ୧୪୦/୨୧ରେ ଏକ ମାମଲା ରୁଜୁ କରିବା ସହିତ ସକିଲ ସାହା ଓ ତାଙ୍କ ବାପା ଅଲ୍ଲୀ ସାହାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ହାମସଫର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସୂଚନା ଥାଉକି ହାମସଫରଙ୍କ ନାମରେ ବହୁ ଚୋରି ଓ ମାରପିଟ ଘଟଣା ଥାନାରେ ମଧ୍ୟ ଅଭିଯୋଗ ରହିଛି । ତେବେ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ପଇଁତରା ମାରୁଛନ୍ତି ।