Odiapua.com

ପରିବା ଦୋକାନରୁ ଚୋରୀ କରୁଥିବା ବେଳେ ଯୁବକ ଅଟକ

ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ଚମ୍ପତିପୁର ଛକରେ ଗୋଟିଏ ପରିବା ଦୋକାନ ରୁ ଜଣେ ଯୁବକ ଚୋରୀ କରୁଥିବା ଅଭିଯୋଗରେ ଲୋକମାନେ ଅଟକ ରଖିଥିବା ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ନିକଟସ୍ଥ ପିମ୍ପଲ ଗ୍ରାମର ସୁନିଲ କୁମାର ଦାଶ(୧୮)। ଘଟଣାରୁ ପ୍ରକାଶ ୧୯ ତାରିଖ ରାତି ୧୨ଟା ସମୟରେ ଯୁବକ ଜଣଙ୍କ ଏକ ପରିବା ଦୋକାନରେ ପଶି ଚୋରୀ କରୁଥିଲେ। ଜଣେ ଲୋକ ପରିବା ଦୋକାନ ଭିତରୁ ଶବ୍ଦ ଶୁଣି ଅନ୍ୟ ଲୋକ ମାନଙ୍କୁ ଡାକିଥିଲେ। ଦୋକାନ ଭିତରୁ ସୁନିଲ କୁମାର ଦାଶ କୁ ଧରିଥିଲେ।ଦୋକାନ କ୍ୟାସ ବାକ୍ସରୁ କିଛି ଟଙ୍କା ଚୋରୀ କରିଥିବା ବେଳେ ତା ଠାରୁ ଉଧାର କରିଥିଲେ।

ପୋଲିସ କୁ ଖବର ଦେଇ ରାତି ସାରା ଯୁବକକୁ ଅଟକ ରଖିଥିଲେ। ଅଟକ ସୁନିଲ କୁ ପଚରାଉଚରା କଲାବେଳେ ସେ ସେହି ଚମ୍ପତିପୁର ଛକ ର ୪ ଗୋଟି ଦୋକାନ, ଲୋଧାଚୁଆ ଛକର ଗୋଟିଏ ଦୋକାନ ଓ ରଣପୁର କୋର୍ଟ ନିକଟ ଏକ ଦୋକାନରୁ ଚୋରୀ କରିଥିବା ସ୍ୱୀକାର କରିଥିଲା। ତାର ଅନ୍ୟ ୨ ସହଯୋଗୀଙ୍କ ମାଧ୍ୟମରେ ଚୋରୀ ସାମଗ୍ରୀ ବିକ୍ରୟ କରୁଥିବା ପ୍ରକାଶ କରିଥିଲା। ଦୀର୍ଘ ଦିନ ହେଲା ଅନେକ ପାନ ଦୋକାନ ଓ ପରିବା ଦୋକାନକୁ ଟାର୍ଗେଟ୍ କରି ଚୋରୀ କରୁଥିବା କହିଥିଲା।ଅଟକ ଯୁବକ ସୁନିଲ କୁ ଲୋକମାନେ ରଣପୁର ଥାନାରେ ଜିମା ଦେଇଥିଲେ। ଏ ସଂପର୍କେ ରଣପୁର ଥାନା ସବ୍ ଇନିସ୍‌ପେକ୍ଟର ପ୍ରୀତିପ୍ରକାଶ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଯୁବକ ସୁନିଲ କୁ ପଚରାଉଚରା କରାଯାଉଛି, ତା ପରେ କୋର୍ଟ ଚାଲାଣ କରାଯିବ। ଅଟକ ଯୁବକ ସୁନିଲ କୁମାର ଦାଶ ବିଜୁ ଯୁବ ବାହିନୀ ଲେଖାଥିବା ଗଞି ପିନ୍ଧିଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।