ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଟ ହେଲ୍ପ ଲାଇନ ପକ୍ଷରୁ ଭଦ୍ରକ ବ୍ଲକ ସଭା ଗୃହ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଚାଇଲ୍ଡ ହେଲ୍ପ ଲାଇନ ର ପ୍ରକଳ୍ପ ସଂଯୋଜିକା ଶୁଭଶ୍ରୀ ପଢ଼ିଆରୀ ଙ୍କ ମଂଚ ସଂଚାଳନ ରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷା ସୁବ୍ରତ ବିଶ୍ୱାଳ ମୁଖ୍ୟ ଅତିଥି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗଦାନ କରିଥିଲେ ।ମୁଖ୍ୟ ଅତିଥି ତଥା ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ନିଜ ବକ୍ତବ୍ୟ ରେ ଶିଶୁ ମାନଙ୍କୁ ଥଇଥାନ,ସୁରକ୍ଷା ସମ୍ବନ୍ଧରେ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଦର୍ଶାଇଥିଲେ।ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ଶିଶୁ ସୁରକ୍ଷା ଆଇନ୍ ବାବଦରେ ସମସ୍ତେ ଜାଣିଲେ ଓ ପିଲାମାନ ଙ୍କ ମାନସିକ ସ୍ଥିତି ଅନୁଧ୍ୟାନ କଲେ ପିଲାଙ୍କୁ ସୁରକ୍ଷା ପ୍ରଦାନ କରିହେବ।ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଶ୍ରୀ ଦାସ ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ଦିଗରେ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ତତ୍ ସହ ବାଲ୍ୟ ବିବାହ , ଶିଶୁ ଶ୍ରମ,ଶିଶୁ ନିର୍ଯ୍ୟାତନା, ସାଇବର ଅପରାଧ ଓ ମିଶନ ବାତ୍ସଲ୍ୟ ଅନ୍ତର୍ଗତ କିଶୋର ନ୍ୟାୟ ବ୍ୟବସ୍ଥା ସମ୍ବନ୍ଧରେ ବିଭିନ୍ନ ଉଦାହରଣ ଓ ଦୃଷ୍ଟାନ୍ତ ମାଧ୍ୟମରେ ଅବଗତ କରିଥିଲେ।ପ୍ରଥମେ ପରିବାରରେ ପିଲାମାନଙ୍କ ମାନସିକ ସ୍ଥିତି କୁ ଭଲ ଭାବେ ବୁଝିବା ଦରକାର ଏବଂ ପରେ ଶିଶୁ କୁ କିପରି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେଥିପାଇଁ ପରାମର୍ଶ ଦିଆଯିବା ଆବଶ୍ୟକ।ଆବଶ୍ୟକ ସ୍ଥଳେ ବିଭିନ୍ନ ଯୋଜନା ମାଧ୍ୟମରେ ଶିଶୁ ଙ୍କୁ ସାମିଲ କରାଯାଇପାରିବ । ବିପଦ ରେ ଥିବା ଶିଶୁ ମାନଙ୍କୁ ତ୍ୱରିତ ସେବା ପାଇଁ (୧୦୯୮) ନିଃଶୁଳ୍କ ନମ୍ବର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତା ଅଂଶ ଗ୍ରହଣ କରିଥିଲେ।ଚାଇଲ୍ଡ ଲାଇନ ର ଟିମ୍ ସଦସ୍ୟ ଚନ୍ଦ୍ରକାନ୍ତ ଗୋଚ୍ଛାୟତ,ପରାମର୍ଶ ଦାତା ଲକ୍ଷ୍ମଣ ଜେନା, ପରିଦର୍ଶକ ଦିଗ୍ ବିଜୟ ମହାନ୍ତି,ଟିମ୍ ମେମ୍ବର କାହୁଁ ମଲ୍ଲିକ, ରମାକାନ୍ତ ଜେନା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଚନ୍ଦ୍ରକାନ୍ତ ଗୋଚ୍ଛାୟତ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।