ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପରିବହନ ବିଭାଗ ଓ ଜିଲ୍ଲା ପୁଲିସ ର ମିଳିତ ସହଯୋଗ ରେ ଭଦ୍ରକ ସହରାଂଚଳ ରେ ଚାଲିଥିବା ଗାଡ଼ି ଯାଂଚ ପ୍ରକ୍ରିୟା ର ଦୁଇ ଦିନ ମଧ୍ୟରେ ବିଭାଗ ଉଭୟ ଆରଡ଼ି ଛକ ଓ ଚରମ୍ପା ଠାରେ ଯାଂଚ ବେଳେ ୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଜରିମାନା ଆଦାୟ ହୋଇଥିବା ବିଭାଗ ସୂତ୍ରରୁ ଜଣା ପଡିଛି।ତଥ୍ୟ ଅନୁଯାୟୀ ଉକ୍ତ ଯାଂଚ ସମୟରେ ଚାଳିଶି ଗୋଟି ବିନା ହେଲମେଟ, ଦୁଇ ଗୋଟି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ରେ କଥା ହେବା, ଗୋଟିଏ ମଦ ପି ଗାଡି ଚଳାଇବା, ସାଙ୍ଗକୁ ଦୁଇ ଗୋଟି ନାବାଳକ ଗାଡି ଚଳାଇବା ରୁ ଉକ୍ତ ଫାଇନ ଆଦାୟ କରାଯାଇଛି।ଏହି ମର୍ମ ରେ ଦଶ ଗୋଟି ଡି ଏଲ କୁ ବାତିଲ କରାଯାଇଛି।ଉକ୍ତ ଯାଂଚ ବେଳେ ପରିବହନ ବିଭାଗ ର ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, ଅତିରିକ୍ତ ଟ୍ରାଫିକ ଏ ଏସ ଆଇ ଏସ ଏସ ନାୟକ ଙ୍କ ସମେତ ଗ୍ରାମାଂଚଳ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।