Odiapua.com

ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହ ସହ ସଂଗଠନ ବ୍ୟାପକ ଉପରେ ବିଜେଡିର ଗୁରୁତ୍ୱ

ନୟାଗଡ଼, ୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ ୍କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଜୁ ଜନତା ଦଳର ଜିଲା ସଭାପତି ରବିନାରାୟର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠଳରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟ, ସଭ୍ୟ ସଂଗ୍ରହ ଅଭିଯାନ ତଥା ସଂଗଠନକୁ ବ୍ୟାପକ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଜିଲା କାର୍ଯ୍ୟକାରିଣୀ ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ନୟାଗଡ଼ ଜିଲାର ଅନ୍ୟ ୩ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସୌମ୍ୟରଂଜନ ପଟ୍ଟନାୟକ, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଜିଲାପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତି, ବିଜୁ ଜନତାଦଳର ବିଜୁ ଯୁବ ସଭାପତି ରମେଶ କୁମାର ସାହୁ, ଛାତ୍ର ବିଜେଡି, ମହିଳା ମୋର୍ଚ୍ଚା, ଅନୁସୂଚିତ ଜାତି ଓ ଜନଜାତିର କର୍ମକର୍ତ୍ତା, ବିଜୁ ଶ୍ରମିକ ସଂଗଠନ, ସଂଖ୍ୟଲଘୁ ସେଲ୍ର କର୍ମକର୍ତ୍ତା ପ୍ରମୁଖ ବୈଠଳରେ ଯୋଗଦେଇଥିଲେ। ଏଥିସହିତ ଜିଲା ପରିଷଦ ସଭ୍ୟ, ବ୍ଳକ ସଭାପତି, ଉପସଭାପତି, ବ୍ଳକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ବିଜେଡିର ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଜିଲାର ୪ଟିଯାକ ବିଧାନସଭା କ୍ଷେତ୍ର ଓ ୩ଟି ଲୋକସଭା କ୍ଷେତ୍ର ଦଖଲ କରି ସାରା ଓଡ଼ିଶାରେ ନୟାଗଡ଼ ଜିଲା ନିଜ ଦଳର ପରାକାଷ୍ଠା ଦେଖାଇପାରିଥିବାବେଳେ ନୟାଗଡ଼ ଜିଲାରେ ବିଜେଡି ଏକ ସାଂଗଠନିକ ଦଳ ଭାବେ ଉଭାହୋଇ ଗୌରବାନ୍ନିତ କରିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ସକାଶେ ଓଡ଼ିଶା ଏକ ବିକାଶୀଳ ରାଜ୍ୟରେ ପରିଣତ ହୋଇପାରିଥିବାବେଳେ ନୟାଗଡ଼ ଜିଲାରେ ମଧ୍ୟ ପ୍ରଗତୀର ଧାରା ଆଗେଇ ଚାଲିଛି। ଲୋକଙ୍କ ନିକଟକୁ ଯାଇ ସମସ୍ୟା ବୁଝିବା ଓ ତା’ର ସମଧାନ କରିବା ଉପରେ ଦଳ ବ୍ରତୀ ହୋଇଥିବାବେଳେ ଦଳର ଆଭିମୁଖ୍ୟ ଲୋକଙ୍କ ନିକଟରେ ପହଂଚାଇ ଅଧିକରୁ ଅଧିକ ସଭ୍ୟ ସଂଗହ ଅଭିଯାନରେ ଲୋକଙ୍କୁ ସାମିଲ କରିବା ଏବଂ ସାଂଗଠନିକ କାର୍ଯ୍ୟ ବୃଦ୍ଧି କରିବା ଉପରେ ବୈଠକରେ ଯୋଗଦେଇଥିବା ନେତୃମଣ୍ଡଳୀମାନେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ସଭ୍ୟ ସଂଗ୍ରହରେ ପ୍ରତି ୱାର୍ଡ଼ରେ ୪ଜଣ ଲେଖାଏଁ ଆକ୍ଟିଭ୍ ମେମ୍ବର ମନୋନୀତ କରାଯାଇ ସେମାନଙ୍କର ଗୁରୁଦାୟିତ୍ୱ ଉପରେ ବିକ୍ଷିପ୍ତ ଉପରେ ଆଲୋଚନା କରାଯାଇଥିଲା।