Odiapua.com

ପରିବର୍ତନ ସଂସ୍ଥା ପକ୍ଷରୁ ବଣ୍ଡା ଘାଟିରେ କୋଭିଡ ସଚେତନତା ଓ ମାସ୍କ,ସାନିଟାଇଜର ହ୍ୟାଣ୍ଡ ଓ୍ୟାସ ବଟଂନ

ମାଲକାନଗିରି,୧୬ା୫ (ଓଡିଆ ପୁଅ ) ଦୁର୍ଗମ ଅପହଁଚ ଇଲାକା ବଣ୍ଡାଘାଟିରେ ଗତ କିଛି ଦିନ ମଧ୍ୟରେ ଆଦିମ ବଣ୍ଡା ଜନଜାତିର ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବଣ୍ଡା ଘାଟି କରୋନା ସଂକ୍ରମଣରୁ କିପରି ସୁରକ୍ଷିତ ରହିବ ସେ ନେଇ ଜିଲ୍ଲାପ୍ରଶାସନ ଓ ପରିବର୍ତନ ସ୍ୱେଚ୍ଛାସେବି ଅନୁଷ୍ଟାନ ଦ୍ୱାରା ପରିଚାଳିତ ଚାଇଲ୍ଡ ଲାଇନ ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଆଜି ପରିବର୍ତନ ସଂସ୍ଥାର ସଂପାଦକ ନିତ୍ୟାନନ୍ଦ ପ୍ରଧାନ ଙ୍କ ନେତୃତ୍ୱରେ ଚାଇଲ୍ଡ ଲାଇନ ର ଏକ ସ୍ୱତନ୍ତ୍ର ଟିମ ବଣ୍ଡାଘାଟି ମୁଦୁଲିପଡା ପଚାଂୟତ ର ଦୁର୍ଗମ କ୍ରିସାନୀପଡା ବଣ୍ଡା ଗ୍ରାମରେ ପହଁଚି କରୋନା ସଂକ୍ରମଣ ରୁ ସୁରକ୍ଷା ପାଇଁ ଜନସଚେତନତା ଆରମ୍ଭ କରିଦେଇଛନ୍ତି । ଏହି ଜନସଚେତନତା କାର୍ଯ୍ୟକ୍ରମକୁ ମୁଦୁଲିପଡା ପଚାଂୟତର ସରପଂଚ ବଣ୍ଡା ମହିଳା ଜୋସ୍ନା ରାଣି ଧାଙ୍ଗଡାମାଝୀ ଉଦଘାଟନ କରି ବଣ୍ଡା ଜନଜାତିର ଛୋଟ ଛୋଟ ପିଲା ଓ ପୁରୁଷ ମହିଳାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କୋଭିଡ ନିୟମ ପାଳନ କରିବା ସରକାରଙ୍କ କୋରନା କଟକଣାକୁ ମାନିବା ,ମୁହଁରେ ସବୁବେଲେ ମାସ୍କ ପରିଧାନକରିବା, ସାମାଜିକ ଦୁରତା ଅବଲମ୍ବନ କରିବା, ଜନଗହଳିକୁ ଯିବା ନାହିଁ ଆଦି କରୋନା ମହାମାରି ସଂପର୍କରେ ଜନସଚେତନତା ବାର୍ତା ଦେଇ ବଣ୍ଡାଭାଷାରେ ବୁଝାଇଥିଲେ । ବଣ୍ଡା ଘାଟିରେ ପରିବର୍ତନ ସଂସ୍ଥାପକ୍ଷରୁ ମାସ୍କ,ସାନିଟାଇଜର, ହ୍ୟାଣ୍ଡଓ୍ୟାସ ବଟାଂଯାଇଥିଲା । ପରିବର୍ତନ ଚାଇଲ୍ଟ ଲାଇନ ସଂସ୍ଥାର ଭାଗିରଥୀ ଗୁରତେଲି,ଘାସି ବଣ୍ଡା,ରାଜେନ୍ଦ୍ର ଝାଟୁ ପ୍ରମୁଖ ଉପସ୍ଥିତ ରହି କରୋନା ସଚେତନତା କରିବାସହିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।