ନୟାଗଡ଼, ୧୨ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଂଟିଲୋ ନୀଳମାଧବଙ୍କ ପ୍ରସିଦ୍ଧ ମାଘମେଳା ହେବାକୁ ଆଉ ମାତ୍ର ୧୧ଦିନ ବାକି ରହିଥିବାବେଳେ ଏଯାଏଁ ତତ୍ପରତା ପ୍ରକାଶ ପାଇପାରିନାହିଁ। ନୀଳମାଧବ ମନ୍ଦିରର ପରିଚାଳକ ଏବଂ ଖଣ୍ଡପଡ଼ା ତହସିଲଦାର ଛୁଟିରେ ଥିବାବେଳେ ମାଘମେଳା ପାଇଁ କୌଣସି ଘୁରଘମ୍ ନଥିବା ନୀଳମାଧବ ପ୍ରେମୀଙ୍କୁ ବ୍ୟଥିତ କରିଛି। ଭୌମ ଏକାଦଶୀ ଠାରୁ ୧୫ ଦିନ ପର୍ଯ୍ୟନ୍ତ ମାଘମେଳା ଅନୁଷ୍ଠିତ ହେବା ପରମ୍ପରା ରହି ଆସିଛି। ଏହା ରାଜ୍ୟର ଏକ ଜଣାଶୁଣା ବଡ଼ମେଳା। ଏହି ମେଳା ପାଇଁ ସାଧାରଣତଃ ନୀଳମାଧବପ୍ରେମୀଙ୍କ ଉତ୍ସୁକତା ଦେଖାଦେଇଥାଏ। ତେବେ ମେଳା ହେବାକୁ ଆଉ ୧୧ ଦିନ ରହିଥିବାବେଳେ ଏଯାଏଁ ମଧ୍ୟ ପ୍ରସ୍ତୁତି ବୈଠକ ମଧ୍ୟ ବସିନି। ମାଘମେଳା ହେବ କି ନାହିଁ ଏବେବି ଅନିଶ୍ଚିତତା ଲାଗି ରହିଛି।