Odiapua.com

ପରଲୋକରେ ରାଇମୋହନ, ଆତ୍ମହତ୍ୟା ଖବର ଶୁଣି ଓଲିଉଡ୍ ସ୍ତବ୍ଧ

ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ଆଉ ନାହାନ୍ତି ଭେଟେରାନ ଅଭିନେତା ରାଇମୋହନ। ବରିଷ୍ଠ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ଖବର ପୂରା ଓଲିଉଡ୍ ତଥା ଓଡ଼ିଆ ସମାଜକୁ ସ୍ତବ୍ଧ କରିଛି। ଭୁବନେଶ୍ଵର ପ୍ରାଚୀ ବିହାର ସ୍ଥିତ ଘରୁ ତାଙ୍କର ଝୁଲନ୍ତା ମୃତ ଦେହ ପୋଲିସ୍ ଉଦ୍ଧାର କରିଛି। ତେବେ ଓଡ଼ିଶାର ଏଭି ଦକ୍ଷ କଳାକାରଙ୍କର ଆତ୍ମହତ୍ୟା ଖବରକୁ କୌଣସି ଓଡ଼ିଆ ସହଜରେ ଗ୍ରହଣ କରିପାରୁ ନାହନ୍ତି।

ରାଇମୋହନ ପରିଡ଼ାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଅନେକ ସିନେ କଳାକାର କହିଛନ୍ତି।

ରାଇମୋହନ ପରିଡ଼ାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତିଯେ, “ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି।”