Odiapua.com

ପରଜା ସମାଜ ବିକାଶ ପରିଷଦର ସମ୍ମିଳନୀ ଓ ନାନ୍ଧିପରବ

ମାଲକାନଗିରି, ୨୭ା୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ କଳାସଂସ୍କୃତି, ଲୋକଗୀତ ଗୁଡିକ ଧିରେ ଧିରେ ଲୋପପାଇ ଯାଉଥିବା ବେଳେ ଏହାକୁ ଲୋକ ଲୋଚନାକୁ ଆଣି ଦେଶଦୁନିଆ ରେ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ମାଲକାନଗିରି ଜିଲ୍ଲା ପରଜା ସମାଜ ବିକାଶପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ ନାନ୍ଧିପରବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। କୋରକୁଣ୍ଡା ବ୍ଲକସ୍ଥ ଚିତାପାରୀ ୧ କଲୋନୀ ରେ ଜିଲ୍ଲା ଆଦିବାସୀ ସମାଜ ମାହସଂଘ ଓ ପରଜା ସମାଜ ସଭାପତି ଘେନୁ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣାଗଣ୍ଡ ଯୋଗଦେଇ ପରଜା ସମାଜ ଉତ୍ସବ ଓ ନାନ୍ଧିପରବ କୁ ଆନୁଷ୍ଟନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତାଭାବେ ଉଦୟ ନାଥ ଖରା, ଅର୍ଜୁନ ଖରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଧ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ବଣ୍ଡା ସଂପ୍ରଦାୟର ଲେଖକ ଲକ୍ଷ୍ମଣ ମାନ୍ଦ୍ରା, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ରାମଚନ୍ଦ୍ର ହନ୍ତାଳ, ମୁକୁନ୍ଦ ହନ୍ତାଳ, ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ସଭାପତି ଅନାଦି କାଡା, ଅନ୍ୟତମ ଅତିଥି ଭାବେ ମୁକୁନ୍ଦ ହନ୍ତାଳ, ଜି.ଶ୍ରୀନାବାସ ରାଓ, ଦୁରୁଆ ସମାଜର ବଳଦେବ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ସଂପାଦକ ଶ୍ରୀନିବାସ ମୁଦୁଲି ସ୍ୱାଗତ ଭାଷଣ ସହ ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏହି ପୂର୍ବରୁ ମୁଖ୍ୟ ଉଦେଶ୍ୟ ହେଲା ଗାଁ ଗହଳରେ ଚାଷ କାମସରି ଗଲାପରେ, ଚାଷରେ ଅମଳ ହୋଇଥିବା କୃଷିଜାତ ଦ୍ରବ୍ୟ ଯଥା ଧାନ, ବିରି, କୋଳଥ, ମୁଗ, ମାଣ୍ଡିଆ, ସୁଆଁ କୁ ଗଜା କରାଯାଇ ଗାଁ ମୁଣ୍ଡରେ ଥିବା ନାନ୍ଧିଦେବତାଙ୍କ ନିକଟରେ ଭୋଗଲଗା ଗଲାପରେ ସମସ୍ତ ଗ୍ରାମବାସୀ ଏହାକୁ ପ୍ରସାଦ ଭାବେ ଖାଇ ଜମିରେ ଭଲ ଫଷଲ ହେବା, ଗାଁରେ ରୋଗ ବୈରାଗ୍ୟ ନଲାଗିବା, ଗ୍ରାମବାସୀମାନଙ୍କୁ ଶୁଭଦୃଷ୍ଟିରେ ଦେଖିବାର ପରମ୍ପରା ରହିଛି।

ଏବ ର ମଣିଷ ସମାଜ ପାଶ୍ଚାତ ଅତ୍ୟାଧୁନିକରେ ପ୍ରଭାବିତ ହୋଇ ଲୋକସଂସ୍କୁତି ଓ ଆଦିବାସୀ ଲୋକକଳା, ଭୁଲି ଯାଉଥିବାବେଳେ ତାକୁ ବନବାସୀ ମାନେ ଓ ପରଜା ସମାଜ ମାନେହିଁ ବଚାଁଇ ରଖି ବିଶ୍ୱଦରବାରରେ ପରିଚିତ କରିଛନ୍ତି। ଗାଁ ଗହଳର ପବ ପର୍ବପର୍ବାଣୀ, ଜାନି ଯାତ୍ରା, ବିବାହ ଉତ୍ସବରେ ଗାଉଥିବା ଗୀତକୁଡିଆ, ଅତ୍ୟାଧୁନକ ଯୁଗରେ ଧିରେ ଧିରେ ପରଜା ନାଟ ଲୋପପାଇବାକୁ ବସିଲାଣି ତାକୁ ବଚାଂଇ ଲୋକଲୋଚନକୁ ଆଣିବାପାଇଁ ପ୍ରୟାସ ଜାରିରଖିବା ଦରକାର, ନିଛକ କାହାଣୀ ପୌରାଣୀକ, ଐତ୍ୟହାସିକ କିମ୍ବଦନ୍ତି ଦେଶିଆ ନାଟକ, ପରଜା ଢେମସା ନାଚ, ଗୀତ ଲୋକମାନେ ଭୁଲି ଯାଉଥିବାବେଳେ ଏହି ପରଜା ସମାଜ ତାକୁ କେବେ ବି ଭୁଲିପାରିନାହିଁ, ଆଧୁନିକତା ମଧ୍ୟରେ ଆଦିବାସୀ ଦେଶିଆ, ଓଡିଆ ପରମ୍ପରା.ଭାଷା ସଂସ୍କୃତି, ଚାଲି ଚଳଣି, ଜାନି ଯାତ୍ରା, ଗୀତକୁଡିଆ, ବଚାଂଇରଖିଛନ୍ତି ବୋଲି ମଚାଂଶିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଚଇତିପର୍ବ, ମାଘର୍ବ,, ପୁଷପୁନେଇ, ନୁଆଖିଆ ଆଦି ପର୍ବ ପର୍ବାଣି, ଯନି ଯାତ୍ରାସମୟର ନୃତ୍ୟ ଓ ସଂଗୀତ ଗାୟକ ଓ ପରଜା, ଦୁରୁଆ ନାଟଦଳ ମାନେ ଯୋଗଦେଇ ସେମାନଙ୍କ ନୃତ୍ୟ କଳାର ଚାତୁରୀ ଦେଖାଇଥିଲେ। ଏହି ଅବସରେ ବିଭିନ୍ନ ଆଦିବାସୀ ଗ୍ରାମରୁ ଆସିଥିବା ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ସେମାନଙ୍କ ପାରମ୍ପାରିକ ପରଜା, ଦୁରୁଆ ସଂଗୀତ ଗାନ କରି ନୃତ୍ୟ ପରିବେଶଷଣ କରିଥିଲେ। ଏହି ଅବସରରେ ଶତାଧିକ ପରଜା ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରଷ ଯୋଗଦେଇ ସେମାନଙ୍କ ଭାଷା, ସଂସ୍କୃତି, ନାଟ, ଗୀତ କଳା ଚାତୁରୀ ସଂପର୍କରେ କହିଥିଲେ।