Odiapua.com

ପରକିଆ ପ୍ରୀତିର କରୁଣ ପରିଣତି: କୋମଳ ମତି ଶିଶୁକୁ ପଥର ଛେଚି ହତ୍ୟା

ବ୍ରହ୍ମପୁର : ୧୬/୦୧ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପରକୀୟା ପ୍ରୀତି ସାଜିଲା କାଳ। ନାବାଳକକୁ ଅପହରଣ ପରେ ହତ୍ୟା। ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନାର ସଦାନନ୍ଦ ବିହାରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ନାବାଳକଙ୍କ ଅପହରଣ ନେଇ ତାଙ୍କ ମାଆ ଥାନାରେ ଏତଲା ଦେଇଥିଲେ। ୧୨ତାରିଖ ଦିନ ନାବାଳକ ଜଣକ ସ୍କୁଲକୁ ଯାଇ ଆଉ ଫେରିନଥିଲେ।

ଏହି ମାମଲାରେ ସଂପୃକ୍ତି ନେଇ ଦେବାଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନାବାଳକଙ୍କ ମାଆର ପରକିୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ। ପୋଲିସ ଶିଶୁର ରକ୍ତଭିଜା ପୋଷାକ ଓ ପରିଚୟ ପତ୍ର ଜବତ କରିଛି। ମୃତଦେହ ତାରାତାରିଣୀ ମନ୍ଦିର ପାହାଡ଼ ନିକଟରୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଦେବାଶିଷ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଅପରାଧ କରିଥିବା ସ୍ୱୀକାର କରିଛି। ସ୍କୁଲ ପୋଷାକରେ ଥିବା ଶିଶୁକୁ ଅଭିଯୁକ୍ତ ପଥର ଛେଚି ହତ୍ୟା କରିଥିବା ସ୍ୱୀକାର କରିଛି।

ଅଭିଯୁକ୍ତକୁ ପୋଲିସ ସମ୍ବଲପୁରରୁ ଧରି ଆଣିବା ପରେ ସେ କେଉଁଠି କିପରି ସବୁ କଲା ପୋଲିସ ସାଥିରେ ଯାଇ ଦେଖାଇ ଥିଲା। ଆଜି ସାମ୍ବାଦିକ ସମ୍ମିଳନୀରେ ଏ.ଏସ.ପି.ଶ୍ରୀ ଶାନ୍ତନୁ ଦାସ ଏହି ଘଟଣାର ତଦନ୍ତ ଓ ଗିରଫ ଅଭିଯୁକ୍ତଙ୍କ କାରନାମା ସମ୍ପର୍କରେ ସୂଚନା ଦେଇଛନ୍ତି। ମୃତ ଶିଶୁର ମା’ ସହ ଏକ ତରଫା ପ୍ରେମ ପଥରେ ଶିଶୁଟି ବାଧକ ହୋଇଥିବାରୁ ତାକୁ ହଟାଇବାକୁ ଯାଇ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତ ପ୍ରକାଶ କରିଛି।