Odiapua.com

ପବିତ୍ର ମହାଳୟାରେ ମା’ସମଲେଶ୍ଵରୀଙ୍କ ଧବଳ ମୁଖି ଦର୍ଶନ

ସମ୍ବଲପୁର, ୧୭/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ଗୁରୁବାର ଥିଲା ହେଉଛି ପବିତ୍ର ମହାଳୟା ତିଥି। ଏହି ତିଥିରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଧବଳ ମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମାଁ ଙ୍କ ଏହି ବେଶ ପ୍ରତ୍ୟକ୍ଷ ଭାବେ ଦର୍ଶନ ହୋଇ ନ ଥିବା ବେଳେ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ଅଫିସିଏଲ ଫେସବୁକ ପେଜରେ ମାଁ ଙ୍କ ଏହି ବେଶକୁ ଭକ୍ତ ଶ୍ରଦ୍ଦାଳୁ ଦର୍ଶନ କରିଛନ୍ତି। ବର୍ଷ ତମାମ ମାଁ ସିନ୍ଦୁର ମୁଖୀ ବେଶରେ ଦର୍ଶନ ଦେଉଥିବା ବେଳେ ମହାଲୟା ତିଥିରେ ମାଁ ଧବଳମୁଖି ବେଶ ବା ଗଙ୍ଗା ବେଶରେ ଦର୍ଶନ ଦିଅନ୍ତି। ତେଣୁ ଏହି ତିଥିରେ ମାଁ ଙ୍କୁ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଲିଥାଏ ବୋଲି ବିଶ୍ବାସ ରହିଛି। ତେବେ ଏଥର ସମଲେଶ୍ଵରୀ ମନ୍ଦିର ସମସ୍ତ ପୂଜକ ଙ୍କୁ ମାଁ ସମଲେଶ୍ଵରୀ ମହିମା ପ୍ରଚାର ସମିତି ପକ୍ଷରୁ ଶ୍ଵେତ ବସ୍ତ୍ର ପ୍ରଦାନ କରାଯାଇଛି। ସମସ୍ତ ପୂଜକ ମଧ୍ୟ ଶ୍ଵେତ ବସ୍ତ୍ର ପରିଧାନ କରି ପୁଜା ଅର୍ଚ୍ଚନା କରିଛନ୍ତି। ଏହା ସହ ଏଥର ବାରାଣାସି ଠାରୁ ମାଁ ଙ୍କ ପାଇଁ ଶ୍ଵେତ ପାଟ ବସ୍ତ୍ର ଅଣାଯାଇଥିବା ଜଣାଯାଇଛି।