Odiapua.com

ପବିତ୍ର ନଗରରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବିଜେପିର ଦାବି

ତାଳଚେର, ୩୦/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ନଗର ମଣ୍ଡଳର ଚତୁର୍ଥ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭପତି ପ୍ରହଲାଦ ସାମଲଙ୍କ ସଭାପତିତ୍ୱରେ ପରାବିଲ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ପାର୍ଟି ପକ୍ଷରୁ ଏକ ରାଜନୈତିକ ଚିଠା ପ୍ରସ୍ତାବ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ପ୍ରଧାନ ଆଗତ କରିଥିଲା ବେଳେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରି ପ୍ରଧାନ ସଂକଳନ କରିଥିଲେ। କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗ ଦେଇ ଚିଠା ପ୍ରସ୍ତାବକୁ ପ୍ରଶଂସା କରିଥିଲେ। ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ରୂପେ ନିର୍ବାଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଚାଷୀଙ୍କୁ ସାର ଯୋଗାଇବାରେ ସରକାର ବିଫଳ, ଗରିବ ଚାଷୀଙ୍କ ପାଖରେ ସରକାରୀ ସହାୟତା ପହଁଚି ପାରୁନାହିଁ, ପ୍ରଧାନମନ୍ତ୍ରୀଙ୍କ କିଷାନ ସମ୍ମାନ ନିଧି ଚାଷୀ ମାନଙ୍କୁ ମିଳୁନାହିଁ. ୩୯ ଖଣ୍ଡ ଗାଁ ଆଂଶିକ ବୁଡି ଓ ୬ ଖଣ୍ଡ ଗାଁ ପୂର୍ଣ୍ଣ ବୁଡି ଗାଁ ଥିଲା ଏବେ ନଦୀ ପାର୍ଶ୍ୱର ୬ ଗାଁ ନଦୀ ଗର୍ଭରେ ଲୀନ ହେବାକୁ ବସି ଥିଲା ବେଳେ ଲୋକ ପ୍ରତିନିଧି ୨୧ ବର୍ଷ ଧରି ଠକି ଚାଲୁଛନ୍ତି। ଧାନର ସହାୟକ ମୂଲ୍ୟ ମୋଦୀ ୨୦୪୦ କରିଥିଲେ ବି ଚାଷୀ ୧୧୦୦ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଜଳସେଚନ ବ୍ୟବସ୍ଥା ନଥିବା ହେତୁ ମରୁଡି ଦେଖା ଦେଲାଣି। ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କେବଳ ପ୍ରହସନ ପାଲଟିଛି ବୋଲି ସେ ପ୍ରକାଶ କରିଥିଲେ। ଟିପିସିଓଡିଏଲ ବିଦ୍ୟୁତ କମ୍ପାନୀ ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧିକୁ ନିନ୍ଦା କରି ଶୋଷଣ ମନୋବୃତିରୁ କ୍ଷାନ୍ତ ରହିବା ପାଇଁ କହିିଥିଲେ। ପବିତ୍ର ନଗର ଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାକୁ ପ୍ରଶଂସା କରି ସମସ୍ତ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଁଚାଇବାକୁ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ। ନରେଗା କାମରେ ବ୍ୟାପକ ଦୁର୍ନୀତିକୁ ବିଧାୟକ ପ୍ରୋତ୍ସାହନ ଦେଉଥିବାରୁ ଦୁର୍ନୀତି ବଢିଚାଲିଛି ବୋଲି ଅଭିଯୋଗ କରିବାସହ ବିଧାୟକଙ୍କର ସିଲିଂ ତାଳପଦା ବ୍ରିଜର ଧୂଆଁ ବାଣ. ଲୋକେ ଠିକ୍ ବୁଝିବା ଆରମ୍ଭ କରିଛନ୍ତି। ନବ ନିର୍ବାଚିତ ସମବାୟ ସମିତି ସଭାପତି ରଞ୍ଜନ ସାମଲ ଗଣେଶ ମାଝୀଙ୍କୁ ଓ ସମସ୍ତ ନିର୍ଦ୍ଦେଶକଙ୍କୁ ଉତରୀୟ ଦେଇ ସେ ସମ୍ମାନିତ କରିଥିଲେ। ସଂଯୋଜକ ଚନ୍ଦନ ସ୍ୱରାଜ. ସରପଂଚ କବିତାରାଣୀ ପ୍ରଧାନ. ଧରଣୀଧର ବେହେରା. ହୃଷୀକେଶ ସାମଲ ସମିତି ସଭ୍ୟ ପ୍ରିୟରଞ୍ଜନ ମହାନ୍ତି ପ୍ରମୂଖ ମଂଚାସୀନ ଥିଲାବେଳେ. ପୂର୍ବତନ ସରପଂଚ ବିଜୟ ପ୍ରଧାନ, ଡମ୍ବରୁ ପ୍ରଧାନ. ମନୋଜ ପ୍ରଧାନ, ହିମାଂଶୁ ପାତ୍ର, ପଣ୍ଡିତ ପ୍ରଧାନ, ପବିତ୍ର ବେହେରା, ହରେକୃଷ୍ଣ ପ୍ରଧାନ, ପ୍ରସନ୍ନ ପ୍ରଧାନ, ସବର୍ଣ୍ଣ ମଞ୍ଜରି ବେହେରା, ହୃଦଜ ପ୍ରଧାନ, ରମେଶ ସାହୁ, ମନୋଜ ସାହୁ. ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।