Odiapua.com

ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଉତ୍ସବ ମୁଖର

କଟକ, ୧୪/୦୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସରେ ପଞ୍ଚସଖା ଯୁଗର ସିଦ୍ଧସାଧକ, ଦିବ୍ୟ ଦ୍ରଷ୍ଟା, ମାଳିକାକାର ଅଚ୍ୟୁତାନନ୍ଦଙ୍କ ପବିତ୍ର ଗାଦି ପରିସରରେ ଯାତ୍ରା ଓ ମେଳା ଅନୁଷ୍ଠିତ ହେଉଛି। ଏହି ଅବସରରେ ମହାପୁରୁଷଙ୍କ ରଚିତ ମାଳିକା, ବିଭିନ୍ନ ଗ୍ରନ୍ଥ ପଠନ ସହ ଭଜନ, ସଂକୀର୍ତନ ଆଦି ଅନୁଷ୍ଠିତ ହେଉଛି। ଉଲ୍ଲେଖନୀୟଯେ. ବିଗତ ଦୁଇ ବର୍ଷହେବ କରୋନା କଟକଣା ଯୋଗୁଁ ଯାତ୍ରା ତଥା ମେଳା ବନ୍ଦ ରହିଥିଲା। ଚଳିତବର୍ଷ ଏହି ଯାତ୍ରାଅନୁଷ୍ଠିତ ହେଉଥିବାରୁ ତଥା ପହିଲି ରଜ ଥିବାରୁ ସକାଳୁ ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଚିତ୍ରୋତ୍ପଳା ନଦୀ ପଠାରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ଷ୍ଟଲ ଓ ଦୋକାନ ବଜାର ଖୋଲା ଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଅତିରିକ୍ତ ଏସ. ପି, ସାଲେପୁର ଏସ ଡି ପି ଓ, ନେମାଳ ଥାନା ଅଧିକାରୀ, ନିଶ୍ଚିନ୍ତକୋଇଲ ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତିନିୟନ୍ତ୍ରଣ କରୁଛନ୍ତି। ତେବେ ସଂଧ୍ୟା ସମୟରେ ଅଧିକ ଜନଗହଳି ପରିଲକ୍ଷିତ ହୋଇଛି।