Odiapua.com

ପବିତ୍ର କାର୍ତିକପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ଭକ୍ତଙ୍କ ବୋଇତ ଅଟକି ରହିଲା ବାଲିସାଗର ଦଳ ଓ ଅନାବନା ଘାସରେ

ମାଲକାନଗିରି,୧୨ା୧୧(ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାରେ କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଆଜି ଭୋରରୁ ବିଭିନ୍ନ ନଦୀ ପୋଖରି ଓ ଜଳାଶୟ,ଗୁଡିକରେ ବୋଇତ ବନ୍ଦାଣଉତ୍ସବ ସହ କଦଳୀପଟୁଆ, ସୋଲରେ ନିର୍ମିତ ଡଙ୍ଗା ଭସାଣିହୋଇଥିଲା । ବିଶେଷ କରି ମାଲକାନଗିରି ସହରବାସୀ ବାଲିସାଗର ବନ୍ଧରେ ପ୍ରତି ବର୍ଷ ବୋଇତ ବନ୍ଧାଣ ଉତ୍ସବ ପାଳିଥାନ୍ତି,ଚଳିତ ବର୍ଷ କାର୍ତିକପୂର୍ଣ୍ଣିମାରେ  ସେହି ବାଲିସାଗର ବନ୍ଧନିକଟକୁ ଡଙ୍ଗା ଭସାଇବା ପାଇଁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଯାଇଥିଲେ, ,ବାଲିସାଗର ବନ୍ଧଟି ଦଳ ଅନାବନା ଘାସରେ ଭର୍ତି ହୋଇଥିବାରୁ ଶ୍ରର୍ଧାଳୁ ଭକ୍ତ ମାନଙ୍କ ବୋଇତ ଗୁଡିକ ଜଳରେ ନ ଭାସି ଦଳ ଓ ଅନାବନା ଘାସ ନିକଟରେ ଅଚକି ରହି ଯାଇଥିଲା । ପୌରପରିଷଦ ଅଧିକାରୀ ଓ କର୍ମଚାରୀ ମାନଙ୍କ ଖାମଖିଆଲି ନିତି ଯୋଗୁଁ ଚଳତିବର୍ଷ ବାଲିସାଗର ବନ୍ଧ ରୁ ଦଳ ସଫାହୋଇ ପାରିଲା ନାହିଁ, ଯାହାପାଳରେ କି ବୋଇତ ଓ ଡଙ୍ଗାଗୁଡିକ ଜଳରେ ନ ଭାସି ଦଳ ନିକଟରେ ଅଟକରି ରହିଥିବାରୁ ସହରର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଧାର୍ମିକ ଚିନ୍ତା ଧାରା ପ୍ରତି ଏହା କୋଠାର ଘାତ ବୋଲି କେତକ ଭକ୍ତ ଅସନ୍ତୋଷ ପ୍ରକାଶ କରି କହିଛନ୍ତି । ଆଜି ବଢିଭୋରରୁ  କାଲିମେଳା,ପଡିଆ, ମୋଟୁ, ଏମଭି୭୯,ମାଲକାନଗିରି, ଯଦୁଗୁଡା,ବାଲିମେଳା, ଚିତ୍ରକୋଣ୍ଡା,କୋରକୁଣ୍ଡା, ଗୁମ୍ମା, ଖଇରପୁଟ,ଗୋବିନ୍ଦପାଲି, ମାଥିଲି,ଅଚଂଳରେ ଥିବା ନଦୀ ପୋଖରୀରେ ଶ୍ରଦ୍ଧାଳୁ ଭକ୍ତ ମାନେ କାର୍ତିକ ପୂର୍ଣ୍ଣିମା ଡଙ୍ଗାଭସାଣି ଉତ୍ସବ ପାଳନକରି ଦେବାଦେବି ପିଠରେ  ପୁଜାପାଠକରିଛନ୍ତି ।