Odiapua.com

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଇରଙ୍ଗପୁରରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥ କାଠ ଅନୁକୂଳ

ରାଇରଙ୍ଗପୁର ୨୬-୪ : (ଓଡ଼ିଆ ପୁଅ/ଏସକେ ସାଦ୍ଦାମ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଇରଙ୍ଗପୁରରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥ କାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ଲକଡାଉନ କଟକଣା ପାଇଁ ଜଗନ୍ନାଥ ମନ୍ଦିର ପରିସରରେ ହିଁ ସମସ୍ତ ନୀତି ସମାପନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବାରୁ ସମସ୍ତ କାର୍ଯ୍ୟ ମନ୍ଦିର ପରିସରରେ ହି କରାଯାଇଥିଲା। ଜଗନ୍ନାଥ ମନ୍ଦିରର ସଭାପତି ତଥା ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଉପସ୍ଥିତିରେ ମୁଖ୍ୟ ପୂଜକ ଦେବ ନନା ପୂଜାର୍ଚ୍ଚନା କରି ରଥକାଠର ଅନୁକୂଳ କରିଥିଲେ। ରଥ ମହାରଣା ଓ ସେବାୟତ ମାନେ ଉପସ୍ଥିତ ରହି ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ସାମାଜିକ ଦୂରତ୍ୱ ବଜାୟ ରଖି ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେବେ ଲକଡାଉନ ଅବଧି ଶେଷ ହେବାପରେ ରଥଯାତ୍ରା ପାଇଁ ନିଷ୍ପତ୍ତି ଆସିବା ପରେ ହି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।