Odiapua.com

ପନ୍ଦାଡୋ ସ୍କୁଲରେ ବନ ମହୋତ୍ସବ

ହାଟଡ଼ିହି,୮/୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ୟୁଜିଏମଇ ସ୍କୁଲରେ ୭୨ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରକୃତିମିତ୍ର ଓ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ପିତବାସ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ କୁମାର ମହାନ୍ତି, ବନପାଳ କେଦାର ପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ଶିକ୍ଷାବିତ ଚୁଡାମଣୀ ଘଡେଇ, ମୋସ୍କୁଲ ଅଭିଯାନର ସଭାପତି ନିକୁଞ୍ଜ ବିହାରୀ ଓଝା, ଆନନ୍ଦ ଚନ୍ଦ୍ର ବାରିକ, ମଧୁସୁଦନ ପଳତା, କୁଳମଣୀ ରାଉତ, ବିଶ୍ୱନାଥ ଜେନା, ରମାକାନ୍ତ ଜେନା, ନରେନ୍ଦ୍ର ରାଉତ, ଅନିଲ କୁମାର ନାୟକ, ଆନନ୍ଦ ବାରିକ, ପ୍ରକାଶ ଜେନା ପ୍ରମୁଖ ଯୋଗଦେଇ ସ୍କୁଲ ପରିସରରେ ବୃକ୍ଷରୋପଣ କରିବା ସହିତ ବନମହୋତ୍ସବ ପାଳନର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅତିକମରେ ବର୍ଷରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହିତ ତାର ଯତ୍ନନେଇ ବଡ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ ।