Odiapua.com

ପଦ୍ମଶ୍ରୀ ସମ୍ମାନପ୍ରାପ୍ତଙ୍କୁ ପ୍ରତି ମାସରେ  ୧୦ ହଜାର ଟଙ୍କାର ସହାୟତା ଦେବାକୁ ସରକାରଙ୍କ ଘେଷଣା;ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମୂଲମଜୁରି ଲାଗି ଚଳୁଥିବା ଦୈତାରୀଙ୍କୁ ମିଳିବ ସହାୟତା

ଭୁୁବନେଶ୍ୱର/କେନ୍ଦୁଝର୧୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାରଙ୍କ ସହାୟତାକୁ ଖାତିର ନକରି ଆଦିବାସୀ ଅଞ୍ଚଳର ଜଣେ ପରିଣତ ବୟଷର ବୃଦ୍ଧ କେନାଲ-ମ୍ୟାନ ଦୈତାରୀ ନାଏକ ୪ କିଲୋମିଟର ପାହଡ ଜଙ୍ଗଲରେ କେନାଲ କରି ନିଜ ଗାଁକୁ ପାଣି ଆଣି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଉଦାହରଣ ପାଲଟିବା ବେସ କିଛି ଦିନ ମିଡିଆରେ ଚର୍ଚ୍ଚା ହେବା  ପରେ

ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନପ୍ରାପ୍ତଙ୍କୁ ପ୍ରତି ମାସରେ  ୧୦ ହଜାର ଟଙ୍କାର ସହାୟତା ଦେବାକୁ ଘେଷଣା କରିବା ପଦ୍ମଶ୍ରୀ ଦୈତାରୀଙ୍କ ସୁନା ସଂସାର ପାଇଁ ଆଶାର ଆଲୋକ ପାଲଟିଛି ।ରାଜ୍ୟ ସରକାର କରିଥିବା ଘୋଷଣା ଅନୁସାରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ମୋଟ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ତାଙ୍କୁ ପ୍ରଦାନ କରାଯାଇଛି।

କେନ୍ଦୁଝର ଜିଲ୍ଲାର ଅନ୍ୟତମ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତୁଳସୀ ମୁଣ୍ଡା ଏବଂ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ସହାୟତା ମିଳିଛି ସୁଚନାଯୋଗ୍ୟ- କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ତଳ ବୈତରଣୀ ଗାଁର ଦୈତାରୀ ନାଏକ ନିଜ ଗାଁକୁ ପାଣି ଆଣିବା ପାଇଁ ୪ କିଲୋମିଟର ପାହାଡ଼ କାଟି ଗାଁ ଜମିକୁ ଜଳସେଚନର ବ୍ୟବସ୍ଥା କରିଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ସାରା ରାଜ୍ୟ ଓ ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମୂଲମଜୁରି ଲାଗି ଚଳୁଥିବା ଦୈତାରୀଙ୍କୁ ଆଉ କାମଧନ୍ଦା ମିଳି ନ ଥିଲା। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ଦୈତାରୀ ନାଏକଙ୍କ ସହିତ ରାଜ୍ୟର ଅନ୍ୟ ୫ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ମଧ୍ୟ ତିନିମାସର ସହାୟତା ପ୍ରଦାନ କରାଯାଇଛି। ପଦ୍ମଶ୍ରୀ ଦୈତାରୀ ନାଏକ ପ୍ରତିକ୍ରିୟାରେ କହିଛନ୍ତି ଯେ, ଟଙ୍କା ଆସିବା ନେଇ ଖବର ପାଇଛି। ମାତ୍ର ବ୍ୟାଙ୍କ ଖାତା ଦେଖିନାହିଁ। ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।