Odiapua.com

ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପାଇବେ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ

ଭୁବନେଶ୍ୱର ୧୭.୪ (ଓଡ଼ିଆ ପୁଅ) – ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ – ୨୦୧୯ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଜୀବନବ୍ୟାପୀ ସମାଜସେବା ନିମନ୍ତେ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ବିଶିଷ୍ଟ ସାମ୍ବାଦିକ ବସନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ନିଷ୍ପତି ନେଇଛି ବୋଲି ସ୍ମୃତି କମିଟିର ସାଧାରଣ ସଂପାଦକ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି କମିଟିରେ ପୂର୍ବତନ ନଗରପାଳ ଡାକ୍ତର ଜଗନ୍ନାଥ ମହାପାତ୍ର, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ଓ ପୂର୍ବ କର୍ପୋରେଟର ପ୍ରତାପ ଜେନା ସଦସ୍ୟ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ରାଜ୍ୟ ସ୍ତରୀୟ ସ୍ମୃତି ସମ୍ମାନ ଆସନ୍ତା ୨୮ ତାରିଖ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୪ର୍ଥ ଶ୍ରାଦ୍ଧ ଦିବସରେ ଅନୁଷ୍ଠିତ ଉତ୍ସବରେ ସ୍ୱତନ୍ତ୍ର ଭାବେ ପ୍ରଦାନ କରାଯିବ।