Odiapua.com

ପଦ୍ମଭୂଷଣ ଗୋପାଳ ଦାସ ନୀରଜଙ୍କର ନିଧନ

ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ): ପଦ୍ମଭୂଷଣ ସମ୍ମାନିତ କବି ଗୋପାଳ ଦାସ ନୀରଜଙ୍କର ଗୁରୁବାର ରାତିରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆଯୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ନିଧନ ହୋଇ ଯାଇଛି।ପରିଜନ ମାନଙ୍କ କହିବା ଅନୁଯାୟୀ କବି ଗୋପାଳ ଦାସ ନୀରଜଙ୍କର ହାର୍ଟ କେବଳ ୧୫ ରୁ ୨୦ ପ୍ରତିଶତ କାମ କରୁଥିଲା।ସେ ଭେଣ୍ଟିଲେଟରରେ ଥିଲେ।ତାଙ୍କର ରକ୍ତଚାପ ମଧ୍ୟ ବହୁତ କମି ଯାଇଥିଲା।

ସୂଚନାଯୋଗ୍ୟ ସ୍ୱାସ୍ଥ୍ୟବସ୍ଥାରେ ଅବନତି କାରଣରୁ ଗୋପାଳ ଦାସ ନୀରଜଙ୍କୁ ମଙ୍ଗଳବାର ସକାଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ପୂର୍ବରୁ ଏମ୍ସର ଚିକିତ୍ସକଙ୍କ ତଦାରଖରେ ଆଗ୍ରାରେ ଚିକିତ୍ସା କରାଯାଉଥିଲା।କିନ୍ତୁ ପରେ ପରିସ୍ଥିତିକୁ ଦେଖି ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଗଲା।ମଙ୍ଗଳବାର ଗୋପାଳ ଦାସଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥିଲା।ଏହାପରେ ପରିଜନ ତାଙ୍କୁ ଆଗ୍ରାର କମଳାନଗର ସ୍ଥିତ ସାଇ ହସ୍ପିଟାଲ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ଲୋଟସ ହସ୍ପିଟାଲ ରେଫର କରିଦେଲେ।ପରୀକ୍ଷା ପରେ ଜଣାପଡ଼ିଲା କି ସେ ପାଜୋନିମୋଥୈରସ ନାମକ ରୋଗରେ ପୀଡ଼ିତ।ତାଙ୍କର ଛାତିରେ ପୂଜ ଜମି ଏବଂ ପବନ ଅଟକି ଝିଲ୍ଲୀକୁ କ୍ଷତିଗ୍ରସ୍ତ କରିଥିଲା।