Odiapua.com

ପଦାରେ ପଡ଼ିଲା ବିଜେପିର ଗୋଷ୍ଠି କନ୍ଦଳ:ଫୋନରେ ଧମକ ଅଡିଓ ଲିକ୍

ଭୁବନେଶ୍ୱର;୦୪,ନଭେମ୍ବର:ଉପରକୁ ଦେଖିବାକୁ ବିଜେପି ବିଜେଡି ବିରୋଧରେ ଲଢ଼ୁଛି।କଥା ସେୟା ନୁହେଁ,ବାସ୍ତବରେ ବିଜେପି ବିଜେପି ଭିତରେ ଚାଲିଛି ଲଢ଼େଇ।ନୂଆ ପୁରୁଣା ଲଢ଼େଇ,ଟିକେଟ ଆଶାକୁ ନେଇ ଲଢ଼େଇ,କାର୍ଯ୍ୟକ୍ରମ କରିବାରେ ନେତୃତ୍ୱ ନେବାକୁ ନେଇ ଲଢ଼େଇ।ସବୁ କ୍ଷେତ୍ରରେ ଲଢ଼େଇ।ଏ ଲଢ଼େଇ ତଳୁ ଉପରେ ଯାଏଁ ସବୁଠି ଚାଲିଛି।କେଉଁଠି ଧକ୍କା ମରାମରି,ଗଣ୍ଡଗୋଳ ଘଟି ମୁଣ୍ଡ ଫଟାଫଟି ହେଉଛି ତ’ କେଉଁଠି ଫୋନରେ ଦିଆଯାଉଛି ଧମକ।ଏହିପରି ବିଜେପି ଦଳ ଭିତରେ ଭିତରେ କାର୍ଯ୍ୟକ୍ରମ କରିବାକୁ ନେଇ ଫୋନରେ ଧମକ ଦିଆଯିବାର ଏକ ଅଡିଓ କ୍ଲିପ ହସ୍ତଗତ ହୋଇଛି।ଅଡିଓ କ୍ଲିପଟି ବାଲେଶ୍ଵର ବିଜେପିରେ ଗୋଷ୍ଠି କନ୍ଦଳକୁ ପଦାରେ ପକାଉଛି।ଏଥିରେ ରାଜ୍ୟର ଜଣେ ବରିଷ୍ଠ ନେତୃତ୍ୱଙ୍କୁ ମଧ୍ୟ ଧମକ ଦିଆଯାଇଛି।/ଦେବଦତ୍ତ

ପଦାରେ ପଡ଼ିଲା ବିଜେପିର ଗୋଷ୍ଠି କନ୍ଦଳ:ଫୋନରେ ଧମକ ଅଡିଓ ଲିକ୍ by Odia Pua