Odiapua.com

ପଦମପୁର ଓ ବ୍ରଜରାଜନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି କଲେ ସୁରେଶ ପୂଜାରୀ

ସମ୍ବଲପୁର, ୨୩/୭ (ଓଡ଼ିଆ ପୁଅ) ବରଗଡ଼ ଜିଲ୍ଲାର ପଦମପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଟା କରିବା ପାଇଁ ଲୋକସଭାରେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଦାବି କରିଛନ୍ତି। ସ୍ୱାଧୀନତା ର ବହୁବର୍ଷ ପରେ ମଧ୍ୟ ରାଜ୍ୟର ଅନେକ ଇଲାକା ଆଜି ମଧ୍ୟ ଶିକ୍ଷା, ଗମନାଗମନ ଭଳି ମୈାଳିକ କ୍ଷେତ୍ରରେ ପଛୁଆ ହୋଇରହିଛି। ରାଜ୍ୟ ସରକାର ଲୋକଙ୍କୁ ସେବା ଯୋଗାଇବାରେ ବ୍ୟର୍ଥ ହୋଇଛନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମରେ ଏଠାର ସଂଗ୍ରାମୀ ମାନଙ୍କ ଅବଦାନ ଉଲ୍ଲେଖନୀୟ। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଅଠେଇଶ ବର୍ଷ ପୂର୍ବରୁ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଇଂରେଜ ମାନଙ୍କ ବିରୁଦ୍ଦରେ ଲଢେଇ ଆରମ୍ବ ହୋଇଥିଲା। ସେ ନିଜେ ୩୭ ବର୍ଷଧରି ଜେଲର କାରାବରଣ କରି ସେଠାରେ ଶହିଦ ହୋଇଥିଲେ। ଘେଁସ ଜମିଦାର ମାଧୋ ସିଂ ୧୯୫୭ ରେ ଫାଶୀ ପାଇଥିଲେ। ତାଙ୍କ ପୁତ୍ର କୁଞଲ ସିଂ ଓ ବୈରୀ ସିଂ ମଧ୍ୟ ଫାଶି ପାଇଥିବା ବେଳେ ଅନ୍ୟତମ ପୁତ୍ର ହଟ୍ଟେ ସିଂ କଳାପାଣି ଦଂଡ଼ ପାଇଥିଲେ ସୁଦ୍ଦା ସାଲିସ କରିନଥିଲେ। ଏଣୂ ସ୍ୱାଧୀନତାର ୭୫ତମ ବର୍ଷ ଏବଂ ମହାତ୍ମା ଗାଂଧୀଙ୍କ ଜୟନ୍ତୀର ୧୫୦ ତମ ବାର୍ଷିକୀରେ ଏହା ସ୍ମରଣ କରିବାକୁ ଶ୍ରୀ ପୁଜାରୀ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ତାଙ୍କ ନିର୍ବାଚନ କ୍ଷେତ୍ରରେ ସ୍ୱାଧୀନତାର ସୁଫଳ ପହଂଚାଇବା ସକାଶେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।