Odiapua.com

ପଥରରେ ଛେଚି ନୃସଂଶ ଭାବେ ରାସ୍ତା ଉପରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ ସହ ସମ୍ପୃକ୍ତ ସ୍କୁଟର ଜବତ୍

ହରିଚନ୍ଦନପୁର,ତା ୧୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ବରେଇଗୋଡା ଠାରୁ ଦୈତାରୀ ଯିବା ରାସ୍ତାର ରେବଣା ଛକ ନିକଟରେ ରେବଣା ଗ୍ରାମର ଡବର ମାଝି(୨୭)ଙ୍କୁ ଦୁର୍ବୃତ୍ତ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ଉକ୍ତ ଗ୍ରାମର ଜିତେନ୍ଦ୍ର ଦେହୁରୀଙ୍କୁ ଅଟକ ରଖିଥିବା ସହ ସମ୍ପୃକ୍ତ ସ୍କୁଟରରୁ ଜବତ କରିଛି । ଆଜି ସକାଳୁ ରାସ୍ତାରେ ଡବର ମାଝିଙ୍କ ଶବ ପଡିଥିବା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ । ମୃତଦେହ ରାସ୍ତା ମଝିରେ ପଡିଥିବାରୁ ଯାନବାହନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ,ଡବର ମାଝି ଗତକାଲି ନିଜ ପୁତୁରାଙ୍କ ସହ ହରିଚନ୍ଦନପୁର ହାଟ ଯାଇ ଘରକୁ ଫେରିବା ପରେ ପୁନର୍ବାର ବାହାରକୁ ଯାଇ ଫେରି ନଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ପରେ ସତ୍ୟତା ଲୋକ ଲୋଚନକୁ ଆସିବ । ଘଟଣାକୁ ନେଇ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ଓ ଥାନା ଅଧିକାରିଣୀ ସସ୍ମିତା ଖିଲାର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।