Odiapua.com

ପଥରଖାଦାନ ଉପରେ ବନବିଭାଗର ଚଢଉ ଲକ୍ଷାଧିକ ଟଙ୍କାର କାଠ ଜବତ

ମାଲକାନଗିରି,୭ା୧୧(ଓଡିଆ ପୁ୍‌ଅ) ମାଲକାନଗିରି ତହସିଲ ଅନ୍ତର୍ଗତ ଚାଲାଣଗୁଡା ପଚାଂୟତ ରେଙ୍ଗାବନ୍ଧ ପାହଡରେ ପଥର ଖାଦନ ଲିଜ ନେଇ ଥିବା ବ୍ୟକ୍ତି ଜଙ୍ଗଲରୁ ମୂଲ୍ୟବାନ ଗଛକାଟିବା ଆଭିଯୋଗ ପାଇବା ପରେ ମାଲକାନିଗିରି ବନବିଭାଗ ପକ୍ଷରୁ ସେଠାରେ ଚଢଉ କରି ଶତାଧିକ କଟାଗଛ ଓ ଗାଠଗଣ୍ଡି ଜବତ କରିଛନ୍ତି । ସିଆଡିମାଳ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ରେଙ୍ଗାବନ୍ଧ ପାହଡ ରେ ଏହି ପଥର ଖାଦାନଟି କୁ ବିଜୟସାହୁ ନାମକ ବ୍ୟକ୍ତି ଲିଜ ନେଇଛନ୍ତି । ସେହି ପାହଡରେ ନାନାପ୍ରକାର ମୂଲ୍ୟବାନ ବଡ ବଡ ଗଛ ରହିଥିବାରୁ ଲିଜନେଇଥିବା ବ୍ୟକ୍ତି ସେହି ଗଛଗୁଡିକୁ କାଟିଦେଇଥିଲେ । ଏ ସଂପର୍କରେ ମାଲକାନଗିରି ବନଖଣ୍ଡଅଧିକାରୀ ପ୍ରଦୀପ ଦେବଦାସ ମିରସେ ଖବର ପାଇବାପରେ ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତନାୟକ,ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକ ଙ୍କ ନେତୃତ୍ୱରେ ବନପାଳ ଦିବାକର ଜେନା, ବନପାଳ ଦିପଙ୍କର ଶିଉଳୀ,ବନରକ୍ଷୀ ରୁଷିକେଶ ପାଣିଗ୍ରାହୀ, ଦିପ୍ତରଂଜନ ନାୟକ ଓ ଅନ୍ୟାନ ବନକର୍ମଚାରୀ ମାନେ ଆଜି ରେଙ୍ଗାବନ୍ଧ ପାହଡରେ ଚାଲିଥିବା ପଥର ଖାଦାନ ଉପରେ ଚଡାଉ ସହ ସେଠାରେ ରଖାଯାଇଥିବା ଶତାଧିକ କଟାଗଛ ଓ କାଠଗଣ୍ଡି ଜବତକରି ବନବିଭାଗ କାର୍ଯ୍ୟାଳୟକୁ ନେଇଥିଲେ , ପଥର ଖାଦାନ ଲିଜନେଇଥିବା ବ୍ୟକ୍ତିଙ୍କୁ ବନବିଭାଗ ପକ୍ଷରୁ କାରଣାଦର୍ଶା ନୋଟିସ ଜାରିକରାଯାଇ ଗଛକଟା ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ରେଜଂଅଫିସର ବାସୁଦେବ ନାୟକ ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ କିଛି ଦିନତଳେ ଏହି ପଥର ଖାଦାନକୁ ବିରୋଧ କରି ରେଙ୍ଗାବନ୍ଧ ଗ୍ରାମବାସୀ ଆନ୍ଦୋଳନ କରିଥିଲେ ।ଏହି କ୍ୱାରୀରୁ ପଥର ବୋଝେଇ ଟ୍ରକ ଟିପର ଗୁଡିକ ଗ୍ରାମବାସୀଙ୍କ ଚାଷଜମି ଭିତର ଦେଇ ଯାତାୟାତ କରୁଥିବାରୁ ଏହା ଦ୍ୱାରା ଚାଷଜମି ଓ ଜଙ୍ଗଲ ନଷ୍ଟ ହେବାସହିତ ନିକଟସ୍ଥ ଗ୍ରାମରେ ପରବେଶ ପ୍ରଦୂଷଣ ହେବ ବୋଲି ଗ୍ରାମବାସୀ ମାନେ ଏକତ୍ରୀତ ହୋଇଥିଲେ । ଶତାଧିକ ଆଦିବାସୀ ମହିଳା ଓ ପୁରଷ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଗ୍ରାମରୁ ଏକ ବିରାଟ ସୋଭା ଯାତ୍ରାରେ ବାହାରି ପଥର ଖାଦାନ ନିକଟରେ ପହଁଚି ପ୍ରତିବାଦ କରିଥିଲେ । ଏହି ଖାଦାନ ନିକଟରେ ଅନେକ ଲୋକଙ୍କ ପଟାଜମି ରହିଛି,ସେମାନେ ଚାଷବାସ କରି ଚଳିଥାନ୍ତି,ଖାଦାନରୁ ପଥର ନେବା ଆଣିବା ପାଇଁ ଜମି ଓ ଫସଲ ଗୁଡିକ ନଷ୍ଟହେବାସହିତ ପରିବେଶ ପ୍ରଦୁଷିତ ହେବ,ଜୀବନ ଯାଉ ପଛେ ଜିବୀକା ପାଇଁ ପଥର ଖାଦାନ କରାଇ ଦେବୁ ନାହିଁ ବୋଲି ଗ୍ରାମବାସୀ ମାନେ ଅଡିବସିଥିଲେ । ଏବେ ସଂପୃକ୍ତବ୍ୟକ୍ତି ଜଙ୍ଗଲଜମିରୁ ଗଛକାଟୁଥିବାର ଅଭିଯୋଗ ହେବାପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର କଟାଗଛ ଓ କାଠଗଣ୍ଡି ଜବତ କରାଯାଇଛି ।