Odiapua.com

ପତ୍ନୀହନ୍ତା ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ରେଳବାଇ ପୁଲିସ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂର ଡାଉନ ଲାଇନରେ ଗତ ୧୪ ତାରିଖ ସକାଳେ ମିଳିଥିବା ଏକ ମହିଳାଙ୍କ ଶବ ଉଦ୍ଧାର ଘଟଣାରେ ମହିଳାଙ୍କ ସ୍ୱାମୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ଗ୍ରାମର ମିଥୁନ ଜେନା ପତ୍ନୀ ଲିପି ଜେନା(୨୬)କୁ ୧୩ ତାରିଖରେ ମାରି ରେଳଧାରଣାରେ ପକାଇ ଦେଇ ଥିବା ଅଭିଯୋଗ ହୋଇଥିଲା। ଲିପିଙ୍କ ଭାଇ ରାଜେନ୍ଦ୍ରପୁର ଗ୍ରାମର ସୌମେଶ ଜେନାଙ୍କ ଅଭିଯୋଗ ଆଧାରରେ ଭଦ୍ରକ ରେଳବାଇ ଥାନାରେ ପ୍ରଥମେ ହୋଇଥିା ଅପମୃତ୍ୟୁ ମାମଲାକୁ ପରିବର୍ତ୍ତନ କରାଯାଇ ୯୪/୨୨ନଂ ମାମଲା ଋଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀ ତଥା ଥାନାଧିକାରୀ ଆର. ଶଙ୍କର ରାଓଙ୍କ ନିକଟରେ ଅଭିଯୁକ୍ତ ମିଥୁନ ଦୋଷ ସ୍ୱୀକାର କରିଥିଲା। ମିଥୁନକୁ ମଙ୍ଗଳବାର ରେଳବାଇ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।