Odiapua.com

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡସହ ୧୨ହଜାର ଟଙ୍କା ଜରିମାନା

ମାଲକାନଗିରି,୬ା୨(ଓଡିଆ ପୁ୍‌ଅ ) ଜଣେ ପତ୍ନୀହନ୍ତା ସ୍ୱାମୀକୁ ମାଲକାନଗିରି ଜିଲ୍ଲାଜଜ ଅଦାଲତ ପକ୍ଷରୁ ଆଜୀବନ କାରାଦଣ୍ଡ ସହ ୧୨ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରାଯାଇଛି । ସୁଚନା ଅନୁଯାଇ ଗତ ୨୭.୭.୨୦୧୭ ରେ ଓରକେଲ ଥାନାସ୍ଥ ମାର୍କେଲଗୁଡା ଗ୍ରାମର ଦେବା ମାଡକାମୀ ମଦ୍ୟପାନକରି ତାଙ୍କ ସ୍ତ୍ରୀ ବୀରେ ମାଡକାମୀ ଙ୍କ ସହିତ ଝଗଡା ଲଗାଇଥିଲେ , ପୁଣି ଥରେ ମଦ ପିଇବାପାଇଁ ସ୍ତ୍ରୀଙ୍କୁ ୪୦ଟଙ୍କା ମାଗିଥିଲେ, ମୋ ନିକଟରେ ଟଙ୍କାନାହିଁ କହି ବୀରେ ନିଜ ସ୍ୱାମୀଙ୍କୁ ମଦପିଇବାକୁ ବାରଣ କରିବାରୁ ଦେବା ରାଗି ଯାଇ ନିଜପତ୍ନୀ ଙ୍କୁ ଏକ ବାଡିରେ ନିର୍ଦ୍ଦୁମ ପିଟିଥିଲେ , ମାଡରେ ବୀରେ ଗୁରୁତର ଆହତ ହେବା ସହ ଅଚେତ ହୋଇ ଘରେ ପଡିଥିବା ବେଳେ ବୀରେଙ୍କ ସାନଭାଇ ଏହା ଜାଣିପାରି ମାର୍କେଲଗୁଡାରେ ପହଁଚି ଆହତ ଭଉଣୀଙ୍କୁ ମାଲକାନଗିରି ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ହସପିଟାଲରେ ବୀରେଙ୍କ ମୃତ୍ୟୁ ଘଟିବା ପରେ ଏ ସଂପର୍କରେ ଓରକେଲ ଥାନାରେ ଏକ ଏତଲା ଦେଇଥିଲେ ବୀରେଙ୍କ ଭାଇ , ଓରକେଲ ଥାନାପୁଲିସ ଏହି ଘଟଣାର ତଦନ୍ତକରି ଅଭିଯୁକ୍ତ ଦେବା କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହି କେସର ଆଜି ଜିଲ୍ଲାଜଜ କୋର୍ଟରେ ଶୁଣାଳିଥିଲା । ମୋଟ୧୩ଜଣ ସାକ୍ଷୀ ଙ୍କ ସାକ୍ଷ୍ୟପ୍ରମାଣକୁ ଭିତି କରି ମାନ୍ୟବର ଜିଲ୍ଲାଜଜ ରୋହିତ ଲାଲପଣ୍ଡା ଆସାମୀ ଦେବା ମାଡକାମୀଙ୍କୁ ପତ୍ନୀ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ସହ ୧୨ହଜାର ଟଙ୍କା ଜରିମାନା ରାୟ ଶୁଣାଇଥିଲେ,୧୨ହଜାର ଟଙ୍କା ଅନାଦେୟ ହେଲେ ଆଉ ଏକ ବର୍ଷକାରାଦଣ୍ଡ ଭୋଗିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କେସଟିକୁ ସରକାରୀ ଓକିଲ ମହେନ୍ଦ୍ର କୁମାର ନାଗ ପରିଚାଳନା କରିଥିଲେ ।